ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନକୁ ଆସିଲେ ନୂଆ ଅତିଥି । ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନକୁ ଆସିଲେ ନୂଆ ଅତିଥି । । ଏହି ଅଦଳବଦଳ ପ୍ରକିୟା ନନ୍ଦନକାନନ ଓ ଗୁଜରାଟର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ ପ୍ରାଣୀଉଦ୍ୟାନ ମଧ୍ୟରେ ହୋଇଛି। ଆସିଥିବା ନୂଆ ଅତିଥିମାନେ ହେଲେ ୩ ପୁରୁଷ ଓ ୨ ମାଈକୁ ମିଶାଇ ୫ ପାଣି ଓଧ,୨ ପୁରୁଷ ଭାରତୀୟ ଧୂସର ଗଧିଆ, ୫ ପୁରୁଷ ଓ ୫ ମାଈକୁ ମିଶାଇ ୧୦ ପଥର କଇଁଛ,୧ ପୁରୁଷ ଓ ୧ ମାଈକୁ ମିଶାଇ ୨ଟି ସିଲଭର ଫିଜଣ୍ଟ ଆସିଛନ୍ତି। ସେହିପରି ନନ୍ଦନକାନନରୁ ୫ ପ୍ରଜାତିର ୧୪ ଜୀବଜନ୍ତୁ ଯିବେ । ସେଥି ମଧ୍ୟରେ ଦୁଇଟି ମହାବଳ ବାଘ, ଦୁଇଟି ମାଈ ଧୂସର ଗଧିଆ, ଗୋଟିଏ ଅଣ୍ଡିରା, ୨ଟି ମାଈ ଚଉସିଂଙ୍ଗା, ଦୁଇଟି ମାଈ କୁଟୁରା ଓ ୨ଟି ଅଣ୍ଡିରା, ୩ଟି ମାଈ ଭାରତୀୟ ବିଲୁଆ ଦେବ । ଏହି ନୂଆ ଜନ୍ତୁ ଆସିବା ଦ୍ବାରା ପର୍ଯ୍ୟଟକ ସଂଖ୍ୟା ବଢିବା
