ନନ୍ଦନକାନନକୁ ଆସିଲେ ୨ ଜିରାଫ

ନନ୍ଦନକାନନକୁ ଆଉ ୨ ନୂଆ ଅତିଥି ଆସିଛନ୍ତି। କୋଲକାତାର ଅଲିପୁର ଚିଡ଼ିଆଖାନାରୁ ଏହି ଦୁଇ ଜିରାଫ ବାରଙ୍ଗସ୍ଥିତ ଚିଡ଼ିଆଖାନାକୁ ଆସିଛନ୍ତି। ସେମାନେ ୩୧ ଅଗଷ୍ଟରେ ଅଲିପୁରରୁ ବାହାରି ଗୋଟେ ୧୬.୫ ଫିଟ ଉଚ୍ଚ ବାକ୍ସର ବ୍ୟବସ୍ଥା କରାଯାଇଥିଲା ।

ଯାହାକୁ ଦୀର୍ଘ ୨୫ ଘଣ୍ଟା ଯାତ୍ରା କରି ୨୫ କିମି ବେଗରେ ଆସି ନନ୍ଦନକାନନ ଜିୟୋଲୋଜିକାଲ ପାର୍କରେ ପହଁଚିଲେ । ବର୍ତ୍ତମାନ ଦୁଇ ଜିରାଫକୁ କ୍ୟେରେନଟାଇନରେ ରଖାଯାଇଛି । ସ୍ୱତନ୍ତ୍ର ଟିମ ତାର ଖାଦ୍ୟ, ରହଣି, ସ୍ୱାସ୍ଥ୍ୟ ଅବସ୍ଥାର ଅନୁଧ୍ୟାନ କରୁଛନ୍ତି ।

ଅନ୍ୟପକ୍ଷରେ ଦୀର୍ଘ ୧୨ ବର୍ଷ ପରେ ନନ୍ଦନକାନନରେ ଏକାକୀ ରହୁଥିବା ଜିରାଫ ଖୁସିକୁ ତା’ର ସାଥୀ ମିଳିଯାଇଛି।

ଦୁହିଁଙ୍କୁ ଆଣିବାକୁ ଏକ ସ୍ବତନ୍ତ୍ର ଦଳ ଓଡ଼ିଶାରୁ ଅଲିପୁର ଯାଇଥିଲେ। ଏହା ପୂର୍ବରୁ ୨୦୦୮ରେ ଅଲିପୁର ଜୁ ରୁ ଗୋଟେ ଜିରାଫକୁ ଅଣାଯିଵା ବାଟରେ ଇଲେକ୍ଟ୍ରି ତାର ଲାଗି ତାର ମୃତ୍ୟୁ ହେଇଥିଲା । ପୁଣି ୨୦୧୬ ଆଉ ଗୋଟେ ମେଲ ଜିରାଫକୁ ନନ୍ଦନକାନନରେ ଆଣି ପହଞ୍ଚାଇଥିଲେ । କିନ୍ତୁ ସେ ଛଅ ଦିନ ଭିତରେ ରୋଗରେ ଆକ୍ରାନ୍ତ ହେଇ ମରିଗଲା ।

ଅଧିକ ପଢନ୍ତୁ