ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବର୍ଣ୍ଣଶଙ୍କର (ହାଇବ୍ରିଡ଼) ପ୍ରଜାତିର ସିଂହ ‘ଆକାଶ’ର ମୁତ୍ୟୁ ହୋଇଛି। ସେ ଗତ କିଛି ମାସ ହେବ ବାଦ୍ଧର୍କ୍ୟଜନିତ ରୋଗରେ ପୀଡ଼ିତ ଥିଲା। ସ୍ନାୟୁଗତ ସମସ୍ୟା କାରଣରୁ ପକ୍ଷଘାତରେ ଆକ୍ରାନ୍ତ ହୋଇଥିଲା। ଫଳରେ ପଛ ଗୋଡ଼ ଚାଲିରେ ଅସୁବିଧା ସୃଷ୍ଟି ହେଉଥିଲା।। କିଛି ଦିନ ହେବ ସିଂହ ଆକାଶ ଖାଦ୍ୟ ଖାଉନଥିଲା କି ଛିଡ଼ା ହୋଇପାରୁନଥିଲା । ସେ କେବଳ ଶୋଇରହୁଥିଲା । ଗତ ବିଳମ୍ବିତ ରାତିରେ ତାର ମୃତ୍ୟୁ ଘଟିଛି l ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି l ୨୦୧୪ ମସିହାରେ ବେଙ୍ଗଲର ଚିଡିଆଖାନାରୁ ନନ୍ଦନକାନନକୁ ସିଂଘ ଆକାଶକୁ ଅଣାଯାଇଥିଲା l ସେ ସମୟରେ ସିଂଘକୁ ୪ ବର୍ଷ ହୋଇଥିଲା l ନନ୍ଦନକାନନରେ ସିଂହ ମାନଙ୍କ ସଂଖ୍ୟା ୨୨ କୁ ହ୍ରାସ ପାଇଛି lଏହା ମଧ୍ୟରେ ୧୬ ଏସୀୟ ଓ ସମାନ ସଂଖ୍ୟକ ସିଂହ ଓ ସିଂହୀଙ୍କୁ ମିଶାଇ ମୋଟ ୬ ହାଇବ୍ରିଡ୍ ଅଛନ୍ତି।
