ନନ୍ଦନକାନନରେ ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ରୂପା

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ଖବର। ମାଆ ହେଲା ବାଘୁଣୀ ରୂପା। ତୃତୀୟ ଥର ମାଆ ହେଲା ବାଘୁଣୀ ରୂପା । କ୍ରୀଷ୍ଣା ଏବଂ ରୂପା ମିଳନରେ ଜନ୍ମ ନେଲା ବାଘ ଶାବକ। ଚାରିପଟେ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ସ୍ଵତନ୍ତ୍ର ଟିମ୍ ରଖିଛନ୍ତି ନଜର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡିଛି। ସୂଚନା ମୁତାବିକ, ୨୦୨୩ ମସିହାରେ ୭ ଜାନୁଆରୀରେ ପୂର୍ବରୁ ଧଳା ବାଘୁଣୀ ରୂପ ତିନି ବାଘ ଛୁଆଁ ଜନ୍ମ ଦେଇଥିଲା। ସେମାନଙ୍କ ମଧ୍ୟ ଗୋଟିଏ ଧଳା ବାଘ ଛୁଆ ଥିବା ବେଳେ ଦୁଇଟି ସାମାନ୍ୟ ରଙ୍ଗର ଥିଲେ। ତେବେ କ୍ରୀଷ୍ଣା ମେଲେନାଷ୍ଟିକ୍ ହୋଇଥିବା ବେଳେ କିଛି ଶାବକ ମେଲେନାଷ୍ଟିକ୍ ହେବା ନେଇ ଆଶା କରାଯାଉଛି।

ଅଧିକ ପଢନ୍ତୁ

Odisha Darpan Digital