ନନ୍ଦନକାନନରେ ୭ ହଳଦିଆ ଆନାକୋଣ୍ଡା ଜନ୍ମ

ନନ୍ଦନକାନନରେ ଜନ୍ମନେଲେ ଆନାକୋଣ୍ଡା । ହଳଦୀ ରଙ୍ଗର ୭ଟି ଆନାକୋଣ୍ଡା ଜନ୍ମ ନେଲେ । ୨୦୧୯ରେ ମାଡ୍ରାସରୁ ମା’ ଆନାକୋଣ୍ଡା ଅଣାଯାଇଥିଲା । ମା’ ଆନାକୋଣ୍ଡା ସହ ଶାବକମାନେ ସୁସ୍ଥ ଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି । ଏହି ଶାବକ ଜନ୍ମ ହେବା ପରେ ପ୍ରାଣୀ ଉଦ୍ୟାନରେ ଆନାକୋଣ୍ଡା ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଦୁଇଟି ଅଣ୍ଡିରା, ଦୁଇଟି ମାଈ ଓ ୧୦ଟି ଛୁଆ ହଳଦିଆ ରଙ୍ଗର । ବର୍ତ୍ତମାନ ଏହି ନୂଆ ଶାବକମାନେ ଜନ୍ମ ହେବା ପରେ ନନ୍ଦନକାନନରେ ଦୁଇଟି ବୟସ୍କ ଅଣ୍ଡିରା ଆନାକୋଣ୍ଡା ରହିଥିବା ବେଳେ ୨ଟି ବୟସ୍କ ମାଈ ଆନାକୋଣ୍ଡା ରହିଛନ୍ତି । ଏହି ୭ଟି ଶାବକଙ୍କୁ ନେଇ ଶାବକ ଆନାକୋଣ୍ଡାଙ୍କ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଯେଉଁ ଦୁଇଟି ମାଈ ଆନାକୋଣ୍ଡା ରହିଛନ୍ତି ସେମାନଙ୍କ ମଧ୍ୟରୁ ଗୋଟିଏ ଆସନ୍ନ ପ୍ରସବା ରହିଛି ।

ଅଧିକ ପଢନ୍ତୁ

kc ads