ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବାଘ ସଫାରି ଖୁଆଡରେ ରହୁଥିବା ମହାବଳ ବାଘୁଣୀ ସାରା ଅସୁସ୍ଥ । ଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିବାବେଳେ ଗୁରୁବାର ତଳେ ପଡ଼ିଯାଇଛି। ଦାୟିତ୍ୱରେ ଥିବା କର୍ମଚାରୀ ତାକୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିବା ଜଣାପଡ଼ିଛି। ଏହି ଖବରପାଇ ଡାକ୍ତର ସାରାର ଚିକିତ୍ସା ଆରମ୍ଭ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ଜଣାପଡ଼ିଛି। ସାରା ଗୋଟିଏ ସ୍ଥାନରେ ପଡ଼ି ରହିଛି।
ଗତ କିଛିଦିନ ହେବ ବାଘ ନନ୍ଦନ ମଧ୍ୟ ଅସୁସ୍ଥ ହୋଇ ଚିକିତ୍ସା ହେଉଥିଲେ ମଧ୍ୟ ତା’ ସ୍ବାସ୍ଥ୍ୟରେ ଉନ୍ନତି ହୋଇପାରିନାହିଁ। ଏହାପରେ ସାରା ଅସୁସ୍ଥ ହେବା ଘଟଣା ପ୍ରାଣୀ ବିଭାଗ ଓ ଡାକ୍ତରଙ୍କ ଚିନ୍ତା ବଢାଇ ଦେଇଛି। ତେବେ ଓୟୁଏଟି ପ୍ରଫେସରଙ୍କ ପରାମର୍ଶ କ୍ରମେ ଗୁରୁବାର ସନ୍ଧ୍ୟାରେ ତା’ର ଚିକିତ୍ସା ଆରମ୍ଭ କରାଯାଇଛି । ତାକୁ ସଲାଇନ ସହିତ ଭିଟାମିନ୍ ଓ ଆଣ୍ଟିବାୟୋଟିକ ଦିଆଯାଇଛି । ଅସୁସ୍ଥ ବାଘୁଣୀର ଚିକିତ୍ସା ଚାଲିଛି।