ନବଜାତକଙ୍କ ହେବ ଆଧାର ପଞ୍ଜୀକରଣ

 ରାଜ୍ୟରେ ୫ ବର୍ଷରୁ କମ୍‌ ବୟସ୍କ ୬୦ ପ୍ରତିଶତ ଶିଶୁଙ୍କର ଆଧାର କାର୍ଡ ନାହିଁ । ରାଜ୍ୟରେ ୫ ବର୍ଷ ବୟସ ଭିତରେ ପିଲାଙ୍କ ସଂଖ୍ୟା ହେଉଛି ୩୨ ଲକ୍ଷ ୪୮  ହଜାର ୬୩୨ । ଏଥିରୁ ମାତ୍ର ୧୨ ଲକ୍ଷ ୭୩  ହଜାର ୨୧୧ ଜଣ ଆଧାର ପଞ୍ଜୀକୃତ ହୋଇଛନ୍ତି। ସେହିପରି ୫ରୁ ୧୮ ବର୍ଷ ବୟସର ମାତ୍ର ୯  ପ୍ରତିଶତ ଶିଶୁ ଆଧାର ପଞ୍ଜୀକୃତ ହୋଇନାହାନ୍ତି ।  ଏଥିପାଇଁ ଅଙ୍ଗନବାଡ଼ି କେନ୍ଦ୍ରରେ ଆଧାର କ୍ୟାମ୍ପ  କରାଯିବ ।  ଅଗଷ୍ଟ ମାସରୁ ୧୦୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କର ଆଧାର ରେକର୍ଡକୁ ଯାଞ୍ଚ କରାଯିବ । ଓଡ଼ିଶା ସରକାରଙ୍କ ଫିଲ୍ଡ ଅଫିସରମାନେ ଏହି କାର୍ଯ୍ୟ କରିବେ । ଜିଲ୍ଲାୱାରୀ ଆଧାର  ପଞ୍ଜୀକରଣରେ ୨୨ଟି ଜିଲ୍ଲା ପଛରେ ପଡ଼ିଛି । ଜିଲ୍ଲା ପ୍ରଶାସନ ଘରକୁ ଘର ସର୍ଭେ କରିବ । ଏହାକୁ କଳାହାଣ୍ଡି ଜିଲ୍ଲାରୁ ହିଁ ଆରମ୍ଭ କରାଯିବ । ୨ଥର ବାଧ୍ୟତାମୂଳକ ଆଧାର ଅପଡେଟ୍‌ କରାଯିବ। ଶିଶୁ ୫ ବର୍ଷ ହେବା ପରେ ୫ରୁ ୭  ବର୍ଷ ମଧ୍ୟରେ ଗୋଟିଏ ଥର ଆଧାର ଅପଡେଟ୍‌  କରାଯିବ । ସେହିପରି ୧୫ରୁ ୧୭ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ଆଧାର ଅପଡେଟ୍‌ ହେବ।

ଅଧିକ ପଢନ୍ତୁ