ନବମ ଶ୍ରେଣୀର ଛାତ୍ରଙ୍କୁ ରାଗିଂ ! ସ୍କୁଲ ଯିବାକୁ ଅମଙ୍ଗ ଛାତ୍ର

ମାଲକାନଗିରି: ନବମ ଶ୍ରେଣୀ ଛାତ୍ରଙ୍କୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କ ନିସ୍ତୁକ ମାଡ଼ । ବିଦ୍ୟାଳୟର ନବମ ଶ୍ରେଣୀର କିଛି ଛାତ୍ରଙ୍କ ସହ ଯୁକ୍ତ ଦୁଇ ପ୍ରଥମ ବର୍ଷର କିଛି ଛାତ୍ରଙ୍କ ସହି ଯୁକ୍ତିତର୍କ ହୋଇଥିଲା । ଏହାପରେ ନବମ ଶ୍ରେଣୀର ୫ ଜଣ ଛାତ୍ରଙ୍କୁ ନିସ୍ତୁକ ମାଡ ମାରିବା ସହ ବିଭିନ୍ନ ପ୍ରକାରର କାମ କରାଇ ନିର୍ଯାତନା ଦେଇଥିଲେ । ଶେଷରେ କିଛି ଛାତ୍ର ଏ ସଂପର୍କରେ ଅଭିଭାବକଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ଅଭିଭାବକମାନେ ଛାତ୍ରଙ୍କ ଅଭିଯୋଗ ସଂପର୍କରେ ସ୍କୁଲ ଅଧ୍ୟକ୍ଷଙ୍କୁ ଜଣାଇଥିଲେ । କିନ୍ତୁ ଏ ସଂପର୍କରେ ଅଧ୍ୟକ୍ଷ କିଛି ଜାଣିନଥିବା କହିଥିଲେ । ପରେ ଘଟଣାଟିକୁ ଚାପିବା ପାଇଁ ନିର୍ଯାତନା ଦେଇଥିବା ଛାତ୍ରଙ୍କୁ ନିଜ ନିଜ ଘରକୁ ପଠାଇ ଦେଇଥିଲେ ।ମାଡ ଖାଇଥିବା ଛାତ୍ରଙ୍କୁ ଅଭିଭାବକ ସ୍କୁଲ ଛାଡ଼ିବାକୁ ବର୍ତ୍ତମାନ ନାରାଜ । ଏପଟେ ଛାତ୍ର ମାନେ ହଷ୍ଟେଲ ୱାର୍ଡ଼େନ ଓ ଖେଳ ଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ହଷ୍ଟେଲ ୱାର୍ଡେନର ଉପସ୍ଥିତିରେ ଏସବୁ ନିର୍ଯାତନା ହୋଇଛି ।

ଅଧିକ ପଢନ୍ତୁ