ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ। ଏଭଳି ସାଂଘାତିକ ଅଭିଯୋଗ ଆସିଛି କାଲିମେଳା ବ୍ଲକ ସରକାରୀ ବାଳିକା ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟରୁ ଆସିଛି ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ ରେ ଗଣିତ ଶିକ୍ଷକ ଦୀପକ ନାୟକ ଥାନା ରେ ଅଟକ।ମିଳିଥିବା ସୂଚନା ଅନୁସାରେ କାଲିମେଳା ବ୍ଲକ ଅନ୍ତର୍ଗତ ଏକ ଛାତ୍ରୀ ନିବାସରେ ଗତକାଲି ରାତି ୧୨ଟା ସମୟରେ ଗଣିତ ଶିକ୍ଷକ ଦୀପକ ନାୟକ ଛାତ୍ରୀଙ୍କୁ ନିଜ ରୁମକୁ ଡାକି ଦୁଷ୍କର୍ମ କରିଥିବାର ସନ୍ଦେହ କରୁଛନ୍ତି ପରିବାର ଲୋକ। ଉକ୍ତ ଛାତ୍ରୀ ଜଣକୁ ଶିକ୍ଷକ ଜଣକ ରାତି ୧୨ଟାରେ ୩ ଘଣ୍ଟା ଅଟକ ରଖିଥିବା ବେଳେ ଝିଅ କାନ୍ଦିକାନ୍ଦି ମେଟ୍ରୋନକୁ ପ୍ରଥମେ ଘଟଣା ସମ୍ପର୍କରେ ଜଣାଇଥିଲା।
ଏହା ପରେ ପରିବାର ଲୋକ ସ୍କୁଲକୁ ଯାଇ ଶିକ୍ଷକକୁ ଧରି ପୁଲିସ ଜିମା ଦେଇଥିବାର ଜଣାପଡ଼ିଛି। ଛାତ୍ରୀର ଶରୀରରେ ବିଭିନ୍ନ ଦାଗ ରହିଥିବା ବେଳେ ଶିକ୍ଷକ ଜଣଙ୍କ ଏ ବିଷୟରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଛାତ୍ରୀର ବଡ଼ ବାପା କହିଛନ୍ତି । ଏ ସମ୍ପର୍କରେ ଉକ୍ତ ବିଦ୍ୟାଳୟ ପକ୍ଷରୁ ମଧ୍ୟ ପୋଲିସକୁ ଅବଗତ କରାଯାଇଛି । ଅଭିଯୁକ୍ତ ଶିକ୍ଷକ ଙ୍କ ଘର ପୁରୀ ଜିଲ୍ଲା ବ୍ରହ୍ମଗିରି ଅଂଚଳରେ ହୋଇଥିବା ବେଳେ ସେ ବିବାହିତ ଓ ତାଙ୍କର ଜଣେ ସନ୍ତାନ ରହିଥିବାର ଜଣା ପଡିଛି ।