ସ୍କୁଲରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ମାମଲାରେ ଦୁଇ ଜଣ ଶିକ୍ଷକଙ୍କୁ ଗିରଫ କରିଛି ରାଇବଣିଆ ପୋଲିସ । ରାଇବଣିଆ ଥାନା ଚମାର ଗାଁସ୍ଥିତ ପି .ଏନ ହାଇସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି ବିଦ୍ଯାଳୟର ଗଣିତ ଶିକ୍ଷକ କୈଳାସ ଚନ୍ଦ୍ର ବେଜ ଦୀର୍ଘ ଦୀର୍ଘ ୩ ମାସ ଧରି ଅଶ୍ଳୀଳ ଇଙ୍ଗିତ କରିବା ସହିତ ଅସାଦାଚରଣ କରୁଥିବା ଅଭିଯୋଗ କରିଥିଲେ ।ଏହାକୁ ବିରୋଧ କରିବାରୁ ଶିକ୍ଷକ ଛାତ୍ରୀଙ୍କୁ ପରୀକ୍ଷାରେ ଫେଲ କରାଇ ଦେବାକୁ ଧମକ ଦେଉଥିଲେ। ଏନେଇ ଛାତ୍ରୀ ଜଣକ ପ୍ରଧାନ ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ। ତେବେ ସ୍କୁଲ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା ।ଗତକାଲି ଛାତ୍ରୀଙ୍କ ମାଆ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଛି |
