ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ଗର୍ଭସ୍ଥ ଶିଶୁ ମୃତ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି । ନିକଟରେ ଜଣେ ନାବାଳିକା ୭ ମାସର ଗର୍ଭବତୀ ହେବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଉ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଖବର ସାମ୍ନାକୁ ଆସିଛି । କୁଜଙ୍ଗ ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିବା ଜଣାଯାଇଛି। ପୀଡ଼ିତା ଜଗତସିଂହପୁର ସଦର ମହକୁମା ମେଡିକାଲରେ ଭର୍ତ୍ତି ହୋଇଥିବାର ସୂଚନା ରହିଛି। ଏଣେ ଏହି ଘଟଣାର ତଦନ୍ତ କରୁଛି କୁଜଙ୍ଗ ଥାନା ପୁଲିସ।

ଅଧିକ ପଢନ୍ତୁ

Odisha Darpan Digital