ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ରାମ ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ

ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗତକାଲି ମୁମ୍ବାଇ ଯାଇ ନବୀନ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆସନ୍ତାକାଲି ସକାଳେ ତାଙ୍କର ଅସ୍ତ୍ରୋପଚାର ହେବ ବୋଲି ଜଣାପଡିଛି । ଅନ୍ୟପଟେ ଆଜି ସଂଧ୍ୟାରେ ଭୁବନେଶ୍ୱର ରାମ ମନ୍ଦିର ପ୍ରାଙ୍ଗଣରେ ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ସଂଯୋଜନାରେ ବରିଷ୍ଠ ନାଗରିକମାନଙ୍କ ଦ୍ୱାରା ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଦୀପ ପ୍ରଜ୍ୱଳନ ସହ ହନୁମାନ ଚାଳିଶା ପାଠ କରାଯାଇଥିଲା। ଶ୍ରୀ ପଟ୍ଟନାୟକ କିଭଳି ଶୀଘ୍ର ସୁସ୍ଥ ହୋଇ ଭୁବନେଶ୍ୱର ଫେରିବେ ସେଥିପାଇଁ ପ୍ରଭୁ ଶ୍ରୀରାମଙ୍କ ନିକଟରେ ସମୂହ ପ୍ରାର୍ଥନା କରାଯାଇଥିଲା।

ଅଧିକ ପଢନ୍ତୁ

Odisha Darpan Digital