ନବୀନଙ୍କ ଉତ୍ତରାଧିକାରୀ କିଏ ବୋଲି ଯେବେ ପ୍ରଶ୍ନ କରାଗଲା ?

ଗୁରୁବାର ଶଙ୍ଖଭବନରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିସହିତ ନବୀନ ଗଣମାଧ୍ୟମ ପ୍ରତିନିଧିଙ୍କ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି। ବିଜେଡି, ଏଥର ପ୍ରଥମ ଥର ପାଇଁ ବିରୋଧୀ ଆସନରେ ରହିଥିବାବେଳେ ନିଜର ପ୍ରତିଷ୍ଠା ଦିବସ ପାଳନ କରିଛି । ନବୀନ ନିଜ ଉତ୍ତରାଧିକାରୀ ପ୍ରସଙ୍ଗରେ ଆଜି ଗଣମାଧ୍ୟମକୁ ଉତ୍ତର ଦେଇଥିଲେ । ଆଉ କହିଥିଲେ ଯେ, ମୁଁ ବହୁତ ଲମ୍ବା ସମୟ ଧରି ଅଛି ।

ଆଉ ଉତ୍ତରାଧିକାରୀ ନେଇ ମୁଁ ଚିନ୍ତା କରିନି । ତେବେ ନବୀନଙ୍କ ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ବଢିଛି । କାହିଁକି କିଛି ଦିନ ତଳେ ହିଁ ନବୀନ ଏକ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ପାଣ୍ଡିଆନ୍ ତାଙ୍କର ଉତ୍ତରାଧିକାରୀ ନୁହଁନ୍ତି ।ଅନ୍ୟପକ୍ଷରେ ନବୀନଙ୍କ ପରେ ତାଙ୍କ ଭାଇଙ୍କ ପୁଅ ଅର୍ଥାତ ପୁତୁରା ଅରୁଣ ପଟ୍ଟନାୟକ ନବୀନଙ୍କ ପରେ ରାଜନୀତିରେ ଏଣ୍ଟ୍ରି ମାରିବେ ବୋଲି ଅନେକ ଚର୍ଚ୍ଚା ହେଉଛି।

ଅଧିକ ପଢନ୍ତୁ

Odisha Darpan Digital