ଗୁରୁବାର ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେଉଥିଲା ବେଳେ ଆରମ୍ଭରୁ ସକ୍ରିୟ ହୋଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଧାନସଭା ଗୃହରେ ପ୍ରବେଶ ସମୟରେ କେନ୍ଦୁଝର ଜିଲାର ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ତେରେଛା ବାଣ ମାରିଛନ୍ତି ନବୀନ।ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଖୋଦ୍ ସନାତନ ମହାକୁଡଙ୍କ ପ୍ରତିକ୍ରିୟା । ସନାତନ କହିଛନ୍ତି, ନବୀନ ଆମ ଦଳର ମୁଖିଆ, ତେଣୁ ସେ ପଚାରିପାରିବେ । କାଲି ବିଧାୟକ ଦଳ ବୈଠକକୁ କାହିଁକି ଯାଇନଥିଲି ବୋଲି ସେ ପଚାରିଥିଲେ । ଯାହାର ଉତ୍ତରରେ ମୋ ଦେହ ଖରାପ ଯୋଗୁଁ ଯାଇନଥିଲି ବୋଲି ସେ କହିଥିଲେ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସନାତନ କହିଛନ୍ତି ।
ଅନ୍ୟପଟେ ସେ ବିଜେଡିରେ ଅଛନ୍ତି, ଆଉ ରହିବେ ବୋଲି କହିଛନ୍ତି । ଏହାସହ ୨୦୨୯ ପର୍ଯ୍ୟନ୍ତ କେଉଁ ଦଳକୁ ଯାଇ ପାରିବି ନାହିଁ ।