ନବୀନଙ୍କ ବାରମ୍ବାର ଦିଲ୍ଲୀ ଯିବା ନେଇ କଣ କହିଲେ ଅରୁଣ ସାହୁ

ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅରୁଣ ସାହୁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ଏହା ସଂପୂର୍ଣ୍ଣ ବ୍ୟକ୍ତିଗତ ବୋଲି ଅରୁଣ ଅରୁଣ କହିଛନ୍ତିି। ଏବେ କୌଣସି ରାଜନୈତିକ ସମୀକରଣ ହେବାର ନାହିଁ।ବିଜେଡି ଗୋଟେ ଖୋଲା ବହି । ଯାହା ବି ରାଜନୈତିକ ଆଲୋଚନା ହେବ ସମସ୍ତେ ନିଶ୍ଚୟ ଜାଣିବେ । ଡିଲିମିଟେସନ ବୈଠକରେ ବିଜେଡି ସାମିଲ ହେଲା ସମସ୍ତେ ଜାଣିଲେ । ଆଗକୁ ଯାହା ରାଜନୈତିକ ପଦକ୍ଷେପ ନିଆଯିବ ସମସ୍ତଙ୍କୁ ଜଣାଯିବ । ଏବେ କୌଣସି ରାଜନୈତିକ ସମୀକରଣ ନାହିଁ କି ଆଗକୁ ହେବାର ନାହିଁ । ତେବେ ନବୀନ ବାବୁଙ୍କର ଦିଲ୍ଲୀରେ ଘର ଅଛି । ବହୁତ ଦିନ ହେବ ସେ ଯାଇନାହାନ୍ତି ବୋଲି ଏବେ ଯାଇଛନ୍ତି । ତେଣୁ ରାଜନୀତି କରିବା ଆବଶ୍ୟକ ନାହିଁ |

ଅଧିକ ପଢନ୍ତୁ

Odisha Darpan Digital