ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର ।

ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର । ସାକ୍ଷୀ ମନୁ ପ୍ରସାଦ ଦୁର୍ଘଟଣାରେ ଗୁରୁତର । ଗୁରୁତର ଅବସ୍ଥାରେ ମନୁକୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ନା ହତ୍ୟା ଷଡଯନ୍ତ୍ର ସେ ନେଇ ଚର୍ଚ୍ଚା ବଢିଛି ।ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ବେଲପାହାଡ଼ ମ୍ୟୁନିସିପାଲଟି ନିକଟରେ ମନୁ ବାଇକରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ପିକ୍‌ଅପ୍ ଭ୍ୟାନ୍ ସହ ଧକ୍କା ହୋଇଥିଲା ।

ଦୁର୍ଘଟଣା ଫଳରେ ମନୁ ଗୁରୁତର ହୋଇଛନ୍ତି । ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ନବ ଦାସ ହତ୍ୟା ମାମଲାରେ ଏବେ ତନାଘନା କରୁଛି ସିବିଆଇ । ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସରକାର ସାନି ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମ୍‌ବ୍ରାଞ୍ଚ ନବଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା । ପରେ ହସ୍ପିଟାଲ୍‌, ବିମାନବନ୍ଦର, ଓ କ୍ରାଇମ୍‌ସ୍ପଟ୍‌କୁ ଯାଇ ପଚରାଉଚରା କରିବା ସହ ତଦନ୍ତ ଆଗକୁ ବଢାଇଛି ।

ଅଧିକ ପଢନ୍ତୁ

kc ads