ନବ ଦାସ ହତ୍ୟା ମାମଲା: ଆଜି ସାକ୍ଷ୍ୟ ଗ୍ରହଣ

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ବୁଧବାର ଝାରସୁଗୁଡ଼ା ଏଡିଜେ କୋର୍ଟରେ ଶୁଣାଣି ରହିଛି। ବୁଧବାର ଏହି ଘଟଣାର ଅନ୍ୟତମ ମୁଖ୍ୟ ସାକ୍ଷୀ କହାଯାଉଥିବା ତତ୍କାଳୀନ ବ୍ରଜରାଜନଗର ଥାନାଅଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କର ସାକ୍ଷ୍ୟ ଗ୍ରହଣ ହେବ।ଗତ ମାର୍ଚ୍ଚରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହୋଇଥିବାବେଳେ ଘଟଣା ଦିନ ପୁଲିସର ବନ୍ଧୁକ ଛଡ଼ାଇଥିବା ବିଜେଡି କର୍ମୀ ସରୋଜ ସା’ ଦେଇଥିବା ବୟାନ ଶ୍ରୀ ସ୍ବାଇଁଙ୍କୁ ବିବାଦ ଘେରକୁ ଟାଣି ଆଣିଥିଲା। ଘଟଣା ଦିନ ଆଇଆଇସି ସ୍ବାଇଁ କାହିଁକି ନିଜର ପିସ୍ତଲ ହୋଲ୍ଷ୍ଟର ଖୋଲା ରଖିଥିଲେ ତାକୁ ନେଇ ବି ପ୍ରଶ୍ନ ଉଠିଥିଲା। ୨୦୨୩ ଜାନୁଆରି ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀ ଛକରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ନବ ଦାସଙ୍କୁ ଗୁଳି ଚଳାଇ ହତ୍ୟା କରାଯାଇଥିଲା।ଗୋପାଳର ଓକିଲ ନରେଶ ନାୟକ କହିଛନ୍ତି. ସାକ୍ଷ୍ୟ ଗ୍ରହଣ ସମୟରେ ତମାମ ପ୍ରସଙ୍ଗରେ ଶ୍ରୀ ସ୍ବାଇଁଙ୍କୁ ଜେରା କରାଯାଇପାରେ ବୋଲି କହିଛନ୍ତି।

ଅଧିକ ପଢନ୍ତୁ

Odisha Darpan Digital