ନବ ବଧୂକୁ ଅଧବାଟରୁ ଅପହରଣ ଘଟଣାରେ ଟ୍ବିଷ୍ଟ, ପ୍ରେମିକା ରଚିଥିଲା ଷଡଯନ୍ତ୍ର

ନବ ବଧୂ ଅପହରଣର ନୂଆ ମୋଡ଼ । ଫିଲ୍ମ ଷ୍ଟାଇଲରେ ନବ ବଧୂକୁ ଅଧବାଟରୁ ଉଠାଇ ନେଇଥିବା ପ୍ରେମିକ ଘଟଣାରେ ଟ୍ବିଷ୍ଟ । ପ୍ରେମିକ ନୁହେଁ ବରଂ ପ୍ରେମିକା ରଚିଥିଲା ଷଡଯନ୍ତ୍ର । ନିଜେ ପ୍ରେମିକକୁ ଡାକି ତାସହ ଫେରାର ମାରିଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ପୂର୍ବ ସମ୍ପର୍କକୁ କେନ୍ଦ୍ରକରି ଏଭଳି ଷଡ଼ଯନ୍ତ୍ର କରିଥିବା ପୋଲିସ କହିଛି ।ସୂଚନାଥାଉକି, ଖୁଜେନପାଲି ଗାଁର ହରିବନ୍ଧୁ ପୁଟେଲ (ରିଙ୍କୁ) ନାମକ ଯୁବକ କଣ୍ଟାମାଳର ରଶ୍ମୀକୁ ଗତ ରାତିରେ ବୈଦିକ ରୀତି ନୀତି ଅନୁସାରେ ବାହା ହୋଇ ଘରକୁ ଫେରିବା ବେଳେ ତରଭା ଥାନା ଅର୍ନ୍ତଗତ ବଡ଼ବନ୍ଧ ନିକଟରେ ଅଚାନକ ତିନିଜଣ ଯୁବକ ଏକ କାରରେ ଆସି ଗାଡ଼ି ଅଟକାଇ ଥିଲେ । ଗାଡ଼ି ଅଟକିବା ପରେ ବନ୍ଧୁକ ଦେଖାଇ ଗାଡିରୁ ନବ ବଧୁକୁ ନେଇ ଯାଇଥିଲେ ।

ତେବେ ଘଟଣାକୁ ନେଇ ତରଭା ଥାନାରେ ଶିଶୁପାଲ ହୋଇ ପହଞ୍ଚିଥିଲେ ବର ରିଙ୍କୁ । ରିଙ୍କୁ ତରଭା ଥାନାରେ ବଡଛପାପାଳି ଗ୍ରାମର ଜଣେ ବ୍ୟକ୍ତି ଆଉ ଦୁଇଜଣ ବ୍ୟକ୍ତିକୁ ନେଇ ଆସି ନେଇଯାଇଥିବା ଅଭିଯୋଗ କରିବା ପରେ ପୋଲିସ କେଶ ନମ୍ବର ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି | ତେବେ ଉଭୟେ ନିଜ ଇଚ୍ଛାରେ ପଳାଇଯାଇଥିବାର ବାହାନା କରିଛନ୍ତି । ନବ ବଧୁ ହିଁ ଫେରାର ହେବାର ମାଷ୍ଟରମାଇଣ୍ଡ ବୋଲି ଏସପି କହିଛନ୍ତି । ଯାହା ଏବେ ସୋନପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଅଧିକ ପଢନ୍ତୁ