ନଭେମ୍ବର ୧ରୁ ପୁରୀରେ ମାଛଧରା କଟକଣା

ଆସନ୍ତା ନଭେମ୍ବର ୧ ତାରିଖରୁ ୨୦୨୬ ମେ ମାସ ୩୧ ତାରିଖ ଯାଏ ପୁରୀ ସମୁଦ୍ର ଉପକୂଳରେ ମାଛ ଧରା ନେଇ କଟକଣା ଲାଗୁ ହେବ।୬ ମେ ମାସ ୩୧ ତାରିଖ ଯାଏ ପୁରୀ ସମୁଦ୍ର ଉପକୂଳରେ ମାଛ ଧରା ନେଇ କଟକଣା ଲାଗୁ ହେବ।ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ୭ ମାସ ଧରି ଲାଗୁ ହେବ। କାରଣ ନଭେମ୍ବର ମାସରୁ ବିରଳ ଅଲିଭ ରିଡ଼ଲେ କଇଁଛ ବଙ୍ଗୋପସାଗରକୁ ଆସି ସମାଗମ କରିଥାନ୍ତି। ଏଣୁ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଡରେ ଯେଭଳି ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ନ ହୁଏ ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀର ଦେବୀ ନଦୀ ଓ କେଳୁଣି ନଦୀ ମୁହାଣରୁ ୫ କିଲୋମିଟର ଯାଏ ନିଷିଦ୍ଧଞ୍ଚଳ ଘୋଷିତ ହେବ। ଏହି ଅଞ୍ଚଳରେ କୌଣସି ଡଙ୍ଗା, ଟ୍ରଲର ଚଳାଚଳ ଅନୁମତି ନ ଥାଏ। ବନ ବିଭାଗ ସୂଚନା ଅନୁଯାୟୀ ଗତ ବର୍ଷ ୨୦୨୪-୨୫ ରେ ୧୭୦ କଇଁଛଙ୍କ ମୃତ୍ୟୁ ହୋଇଥିଲା। ୨୦୨୩-୨୪ରେ ୫୬୮, ୨୦୨୨-୨୩ରେ ୮୯୮ କଇଁଛଙ୍କ ମୃତ୍ୟୁ ହୋଇଥିଲା।

ଅଧିକ ପଢନ୍ତୁ

Odisha Darpan Digital