ନଭେମ୍ବର ୧ରୁ ତହସିଲ ଅଫିସରେ ହୋଇପାରିବ ଜମି କିଣାବିକା । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।ଏହାପରେ ଡିସେମ୍ବରରେ ରାଜ୍ୟର ବାକି ୨୭୩ ତହସିଲରେ ଏହି ସେବା ଆରମ୍ଭ ହେବ। ତେବେ ନଭେମ୍ବର ୧ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିବେ । ଅନଲାଇନରେ ସ୍ଲଟ ବୁକ କରି ତହସିଲ ଅଫିସରେ ପଞ୍ଜୀକରଣ କରିପାରିବେ ।
