ନଭେମ୍ବର 3ରୁ ରୋଟାରୀ କ୍ଳବ୍ ତରଫରୁ ମାଗଣା କୃତ୍ରିମ ଅଙ୍ଗରୋପଣ ଶିବିର

ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରି କ୍ଲବ ଅଫ ବ୍ରହ୍ମପୁର ଇଷ୍ଟର ମିଳିତ ଆନୁକୂଲ୍ୟରେ, ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ବିଜୁ ମହାବୀର ଫୁଟ୍ ସେଣ୍ଟର, ଖେlର୍ଦ୍ଧାଙ୍କ ସହଭାଗିତାରେ ନୟାଗଡ ରୋଟାରୀ କ୍ଲବ ପରିସରରେ ଭିନ୍ନକ୍ଷମଙ୍କ ପାଇଁ ମାଗଣାରେ କୃତ୍ରିମ ଅଙ୍ଗ ରୋପଣ ଶିବିର ଆୟୋଜନ କରାଯାଉଛି l ଏହି କ୍ରମରେ ନୟାଗଡଠାରେ ନଭେମ୍ବର 3 ରୁ 7 ପର୍ଯ୍ୟନ୍ତ ଆୟୋଜନ କରାଯିବ । ଏହି ଶିବିରରେ କୃତ୍ରିମ ଅଙ୍ଗ ଯଥା -ଗୋଡ଼ ଓ ହାତ ସହ ଆଶା ବାଡି ଓ ଶ୍ରବଣ ଯନ୍ତ୍ର ମାଗଣାରେ ଯୋଗାଇଦିଆଯିବ l ଏହି ମହତ କାର୍ଯ୍ୟରେ ସମାଜର ସବୁ ବର୍ଗର ଜନ ସାଧାରଣଙ୍କୁ ସହଯୋଗ, କରିବା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀକୁ ରୋଟାରୀ କ୍ଲବ ନୟାଗଡ଼ ର ସଭାପତି ବସିରନ ବିବି, ରୋଟାରୀ ଜିଲ୍ଲା 3262 ର ଭିନ୍ନକ୍ଷମ ପ୍ରୋଜେକ୍ଟ ଚେୟାରମ୍ୟାନ ରୋଟାରିଆନ ଅଜିତ କୁମାର ପୃଷ୍ଟି , ଅଙ୍ଗ ରୋପଣ କାର୍ଯ୍ୟକ୍ରମର ଚେୟାରମ୍ୟାନ ପ୍ରବୀର କୁମାର ପୃଷ୍ଟି, ରୋଟାରୀ କ୍ଲବ ନୟାଗଡ଼ ର ସଂପାଦକ ଅବିନାଶ ସାହୁ ଏବଂ ବ୍ରହ୍ମପୁର ରୋଟାରୀ କ୍ଲବ ଇଷ୍ଟର ସଭାପତି ଡକ୍ଟର ପ୍ରଦିପ୍ତ କୁମାର ପଟ୍ଟନାୟକ ପରିଚାଳନା କରିଥିବା ବେଳେ ରୋଟାରୀ କ୍ଲବ ନୟାଗଡ଼ ଓ ବ୍ରହ୍ମପୁର ରୋଟାରୀ କ୍ଲବର ସଦସ୍ୟ ମାନେ ସହଯୋଗ କରିଥିଲେ । ହିତାଧିକାରୀ ମାନେ 9238561233 / 9937472516 ମୋବାଇଲ ନମ୍ବର ରେ କଲ୍ କରି ପଞ୍ଜୀକରଣ କରିପାରିବେ ବୋଲି ରୋଟାରୀ ତରଫରୁ ସୂଚନା ଦିଆଯାଇଛି ।

ଅଧିକ ପଢନ୍ତୁ

Odisha Darpan Digital