କଟକ ଜିଲ୍ଲା ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଜୟପୁର ଅନନ୍ତ ପ୍ରସାଦ ଗାଁରେ କଲରାପତରିଆ ବାଘ ଏବଂ ଯୁବକ ଭିତରେ ଲଢେଇ ହୋଇଛି । ବିଳମ୍ବିତ ରାତିରେ ଯୁବକ ଜଣକ ଘରେ ଶୋଇଥିବରାବେଳେ କଲରାପତରିଆ ବାଘ ଆସି ଆକ୍ରମଣ କରିଥିଲା । ହେଲେ ଏ ଲଢେଇ ପରେ ବାଘର ମୃତ ଦେହ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
