ଯାତ୍ରା କଳାକାର ମହାସଂଘର ବୈଠକ ଶେଷ ହୋଇଛି । ବୈଠକ ପରେ କଳାକାର ସଂଘ ପକ୍ଷରୁ ପ୍ରତିକ୍ରିୟା ରଖିଛନ୍ତି । ନରି ପଣ୍ଡାଙ୍କୁ ନ୍ୟାୟ ନମିଳିଲେ, ସମସ୍ତେ ଯାତ୍ରା ଛାଡି ଦେବୁ ବୋଲି କଳାକାର କହିଛନ୍ତି । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ଅଭିନେତ୍ରୀ ନମିତା ସମ୍ପାଦକ ଭାବେ ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ଆସନ୍ତା ଯାତ୍ରା ବର୍ଷ ପାଇଁ ନିଶିକାନ୍ତ ଜେନା ଓରଫ ତାହିଆ ସଭାପତି ପାଇଁ ମନୋନୀତ ହୋଇଛନ୍ତି।
ମାଲିକ ଏବଂ ଲେଖକ ସଂଘ ପରେ ଏବେ ଯାତ୍ରା କଳାକାର ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ରୁଦ୍ଧ ଦ୍ଵାର ବୈଠକରେ ଏକାଧିକ ପ୍ରସଙ୍ଗରେ ଆଲୋଚନା ହୋଇଛି। ସଂଘ ସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଏବଂ ବରିଷ୍ଠ କଳାକାର ପ୍ରମୁଖ ବୈଠକରେ ଉପସ୍ଥିତ ରହିଛନ୍ତି।