ନର୍ସିଂ ଆନ୍ଦୋଳନକୁ ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ସରକାର। 

ଓଡ଼ିଶା ନର୍ସିଙ୍ଗ କର୍ମଚାରୀ ସଂଘଙ୍କ ଦ୍ୱାରା ଆସନ୍ତକାଲି ଆନ୍ଦୋଳନ ପାଇଁ ଡକରା ହୋଇଥିଲା। ଯାହାର ଗୋଟିଏ ଦିନ ପୂର୍ବରୁ ସବୁ CDMO ଓ ସରକାରୀ ମେଡିକାଲ କଲେଜଙ୍କୁ ଚିଠି ଲେଖିଛନ୍ତି ସରକାର।। ଆନ୍ଦେଳନ ଉପରେ ରୋକ୍‌ ଲଗାଇବା ସହ କୌଣସି ନର୍ସିଂ କର୍ମଚାରୀ ଷ୍ଟ୍ରାଇକ୍‌ କରୁଥିଲେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସରକାର ଚେତାବନୀ ଦେଇଛନ୍ତି। ଏସମା ଲାଗୁଥିବାରୁ ଆନ୍ଦୋଳନ କରିପାରିବେ ନାହିଁ ନର୍ସିଂ କର୍ମଚାରୀ। ଆସନ୍ତାକାଲିଠୁ ଆନ୍ଦୋଳନରେ ବସିବାକୁ ଚେତାବନୀ ଦେଇଥିଲା ନର୍ସିଂ ସଂଘ।

ଅଗଷ୍ଟ ୭ ତାରିଖରୁ ଏସମା ଲାଗିରହି ଥିବାରୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ଦେଶକ। ସେପ୍ଟେମ୍ବର ୨୫ ଓ ୨୬ରେ ସବୁ ସରକାରୀ ହସ୍ପିଟାଲର ଜେନେରାଲ ୱାର୍ଡ, ଅଣ ଏମର୍ଜେନ୍ସି ବିଭାଗରୁ ନର୍ସିଂ ଅଫିସର ପ୍ରତ୍ୟାହାର ସହ ସେପ୍ଟେମ୍ବର ୨୭ରୁ ସବୁ ନର୍ସିଂ ଅଫିସର କାର୍ଯ୍ୟ ବନ୍ଦ କରିବାକୁ ଓଡ଼ିଶା ନର୍ସିଂ ଏମ୍ପ୍ଲଇଜ ଆସୋସିଏସନ ସାଧାରଣ ସମ୍ପାଦକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।କିନ୍ତୁ ଆନ୍ଦୋଳନର ଗୋଟିଏ ଦିନ ପୂର୍ବରୁ ଚିଠି ଜାରି କରି କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି।

ଅଧିକ ପଢନ୍ତୁ