ନାକେଦମ କଲାଣି ମରାଠୀ ବାଘୁଣୀ । ଖୁବ୍‌ ଶୀଘ୍ର ଟ୍ରାଙ୍କୁଲାଇଜ୍ ହେବ ଜିନ୍ନତ ।

ନାକେଦମ କଲାଣି ମରାଠୀ ବାଘୁଣୀ । ଖୁବ୍‌ ଶୀଘ୍ର ଟ୍ରାଙ୍କୁଲାଇଜ୍ ହେବ ଜିନ୍ନତ । ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ବୁଲୁଛି ବାଘୁଣୀ ଜିନ୍ନତ୍ । ରେଡିଓ କଲାର ମାଧ୍ୟମରେ ସାଟେଲାଇଟ ଜରିଆରେ ଟ୍ରାକ୍ କରାଯାଉଛି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶା ବନ ବିଭାଗ ‘ଜିନ୍ନତ’କୁ ଟ୍ରାକ୍ କରିବାରେ ଲାଗିଛନ୍ତି । ‘ଜିନ୍ନତ’କୁ ଖାଦ୍ୟ ଦେବା ସମୟରେ ଟ୍ରାଙ୍କୁଲାଇଜ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା।ପରେ ତାକୁ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା।

ତେବେ ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା। ଜିନ୍ନତ ପ୍ରଥମେ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜର ଚାକୁଳିଆ ଅଞ୍ଚଳରେ ଥିଲା। ଗତ ୧୯ ତାରିଖ ରାତିରେ ସେ ସେଠାରୁ ପଶ୍ଚିମବଙ୍ଗକୁ ପଳାଇଛି ।ଏବେ ବନ୍ଦାନ ଜଙ୍ଗଲରୁ ବାହାରି ଏକ ଡ୍ୟାମ ନିକଟରେ ରହିଛି । ଏଥିପାଇଁ ବନ ବିଭାଗ ଟିମ୍ ସମ୍ପୂର୍ଣ୍ଣ ସଜାଗ୍ ରହିଛି ବୋଲି ସୂଚନା ଦେଇଛନ୍ତି ପିସିସିଏଫ ପ୍ରେମ କୁମାର ଝା । ଶିମିଳିପାଳରୁ ଝାଡଖଣ୍ଡ ଦେଇ ପଶ୍ଚିମବଙ୍ଗ ପଳାଇଛି ଜିନ୍ନତ୍ । ଏଥିପାଇଁ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି।

ଅଧିକ ପଢନ୍ତୁ

Odisha Darpan Digital