ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଘଟଣା, ଅଭିଯୁକ୍ତ ଗିରଫ

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଘଟଣା । ନ୍ୟୁଡ ଭିଡିଓରେ ବ୍ଲାକମେଲ କରି ଅଭିଯୁକ୍ତ ଗିରଫ । ଛାତ୍ର ନେତା ଦେବୀ ପ୍ରସାଦ ଜେନା ଓରଫ ବୁବୁକୁ ଗିରଫ କଲା ପୋଲିସ । ଚଳନ୍ତା କାରରେ ଭୁବନେଶ୍ବର ୟୁନିଟ୍ –୮ ନୟାପଲ୍ଲୀ ଅଞ୍ଚଳରୁ ନାବାଳିକାଙ୍କୁ ଅପହରଣ କରିଥିଲେ । କଟକ ପୁରୀ ବାଏପାସ ରୋଡରେ କରିଥିଲେ ଦୁଷ୍କର୍ମ । ଏଥିରେ ତାଙ୍କୁ ୪ ଜଣ ସହଯୋଗ କରିଥିଲେ । ଘଟଣା ସମୟର ଭିଡିଓ କରି ଭିଡିଓ ଜରିଆରେ କରୁଥିଲେ ବ୍ଲାକମେଲ । ଏନେଇ ଡିସିପିଙ୍କୁ ଜଣାଇଥିଲେ ଅଭିଯୋଗକାରିଣୀ । ସୂଚନାମୁତାବକ ଗତ ୮ ଜାନୁୟାରୀ ୨୦୨୪ ରେ ନାବାଳିକା ଟ୍ୟୁସନ ସାରି ଘରକୁ ଫେରୁଥିବାବେଳେ, ନୟାପଲ୍ଲୀ ଅଞ୍ଚଳରୁ ଏକ କାରରେ ଅପହରଣ କରିଥିଲା ଅଭିଯୁକ୍ତ । ଗାଡ଼ି ଭିତରେ ଥିବା ତାର ସହଯୋଗୀ ଏହି ଅପହରଣରେ ସହଯୋଗ କରିଥିଲେ । କାରରେ ପୁରୀ ପାଇପାସ ରୋଡ଼କୁ ନେଇ ନିଶା ଦେଇ ବଳ ପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ ନାବାଳିକା । ପରେ ଦୁଷ୍କର୍ମ କଥା ପ୍ରଘଟ କଲେ ଫଟୋ, ଭିଡିଓ ଭାଇରାଲ ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଥିଲେ ନାବାଳିକା ଜଣଙ୍କ ।

ଅଧିକ ପଢନ୍ତୁ

Odisha Darpan Digital