ରାଉରକେଲାରେ ପୁଣି ଥରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ଅଞ୍ଚଳରେ। ଜଣେ ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛି ସେହି ଅଞ୍ଚଳର ୨୫ ବର୍ଷୀୟ ଯୁବକ । ଗିରଫ ହେବା ଭୟରେ ୩ ମହଲା ଛାତରୁ ତଳକୁ ଡେଇଁ ପଡିଲା ଦୁଷ୍କର୍ମକାରୀ । ଗତକାଲି ବିଳମ୍ୱିତ ରାତିରେ ମାମଲା ରୁଜୁ ପରେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ। ତେବେ ଅଭିଯୋଗ ହୋଇଛି କି, ଯୁବକ ଜଣକ ଉକ୍ତ ଗାଁର ଜଣେ ନାବାଳିକା ଝିଅକୁ ଦୁଷ୍କର୍ମ କରିବା ପରେ ଛାତରୁ ତଳକୁ ଡ଼େଇଁ ପଡିଥିଲା।ଫଳରେ ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୋଲିସ ।
