ନାବାଳିକାଙ୍କୁ ଛୁରି ଦେଖାଇ ସାରା ରାତି ଦୁଷ୍କର୍ମ

ମାଲକାନଗିରି ଜିଲ୍ଲା କାଲିମେଳାରେ ଜଣେ ଯୁବତୀକୁ ଦୁଷ୍କର୍ମ ଅଭିଯୋଗ ହୋଇଛି |ଶନିବାର ରାତି ପ୍ରାୟ ୮ଟାରେ ଅଭିଯୁକ୍ତ ଯୁବକ ମୋଟୁ ଥାନା ଅଞ୍ଚଳର ଏକ ଗାଁ ମୁଣ୍ଡରେ ରହୁଥିବା ଜଣେ ବ୍ୟକ୍ତି ମାଛ ଧରିବାକୁ ବାହାରକୁ ଯାଇଥିବା ଜାଣିବାକୁ ପାଇଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କ ନାବାଳିକା ଝିଅ ଏକାକୀ ଥିବା ସମୟରେ ଘରେ ପଶି ତାଙ୍କୁ ଏକ ଛୁରି ଦେଖାଇ ଭୟଭୀତ କରିଥିଲେ। ପାଟି କଲେ ହତ୍ୟା ଧମକ ଦେଇଥିଲେ। ଏହାପରେ ସାରା ରାତି ନାବାଳିକାଙ୍କୁ ବଳାତ୍କାର କରିବା ସହ ଶରୀରର ବିଭିନ୍ନ ସ୍ଥାନକୁ କାମୁଡ଼ି କ୍ଷତାକ୍ତ କରି ପକାଇଥିଲେ। ଭୋର ସମୟରେ ଯୁବକ ଜଣଙ୍କ ଘଟଣା ବିଷୟରେ କାହାକୁ ଜଣାଇଲେ ହତ୍ୟା ଧମକ ଦେଇ ଫେରାର ହୋଇଯାଇଥିଲେ। ପରେ ନାବାଳିକା ଘଟଣା ସମ୍ପର୍କରେ ନିଜ ଭାଇଙ୍କୁ ଫୋନ ଯୋଗେ ଜଣାଇବାରୁ ପାଖଆଖ ଲୋକେ ଆସି ତାଙ୍କୁ ଉଦ୍ଧାର କରିବା ସହ ମାଛ ଧରିବାକୁ ଯାଇଥିବା ତାଙ୍କ ବାପାଙ୍କୁ ଘଟଣା ବିଷୟରେ ଅବଗତ କରିଥିଲେ। ଏ ସମ୍ପର୍କରେ ମୋଟୁ ଥାନାରେ ଅଭିଯୁକ୍ତ ଯୁବକ ବିରୁଦ୍ଧରେ ଦୁଷ୍କର୍ମ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି |

ଅଧିକ ପଢନ୍ତୁ

Odisha Darpan Digital