ଜଣେ ଯୁବତୀଙ୍କୁ ଦୀର୍ଘ ଦିନ ଧରି ନିଜ ଘରେ ରଖି ଦେଉଥିଲେ ଶାରିରୀକ ନିର୍ଯାତନା । ଜଣେ ସରକାରୀ ବାବୁଙ୍କ ନାଁରେ ଆସିଛି ଏହିଭଳି ସାଂଘାତିକ ଅଭିଯୋଗ । ତିନି ବର୍ଷ ତଳେ ମୋରଡା ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଘରେ ରଖି ପାଠ ପଢ଼ାଇବା ଓ ବଡ଼ ହେବା ପରେ ଉପଯୁକ୍ତ ପାତ୍ର ଦେଖି ବିବାହ କରାଇଦେବାର ମିଛ ପ୍ରତିଶୃତି ଦେଇ ଘରୁ ନେଇଯାଇଥିଲେ । ହେଲେ ଝିଅକୁ ଚାକରାଣୀ କରି ଘରେ ରଖିଲେ ଆଉ ଯୌନ ଶୋଷଣ ମଧ୍ୟ କଲେ । ତେବେ ସେ ହେଉଛନ୍ତି ବାରିପଦା ରେଡ଼ିଓ ଷ୍ଟେସନରେ ଟେକେନସିଆନ ଭାବେ କାର୍ଯ୍ୟରତ ଥିବା ପ୍ରଦୀପ ମହାଳିକ |ଏନେଇ ନାବଳିକାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହି ଆଧାରରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି ଭଞ୍ଜପୁର ଥାନା ପୁଲିସ
