ନାବାଳିକାଙ୍କୁ ବିବାହ କରି ନିର୍ଯାତନା ମାମଲା,ଫେରାର ପୋଲିସ ଏସଆଇଙ୍କୁ ରାଜ୍ୟ ବାହାରୁ ଗିରଫ

ଦୀର୍ଘ ୪ ମାସର ଲୁଚକାଳି ଖେଳ ପରେ ଶେଷରେ ନାବାଳିକାଙ୍କୁ ବିବାହ କରିଥିବା ଅଭିଯୁକ୍ତ ନିଲମ୍ବିତ ପୁଲିସ ଏସଆଇ ଅମିତ ପାଢୀଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି ପୁଲିସ। ଜାମିନ ବିହୀନ ଗିରଫ ପରୱାନା ଜାରି ହେବା ପରେ ଅମିତ ରାଜ୍ଯ ବାହାରକୁ ଖସି ପଳାଇଥିଲେ। ଜିଲ୍ଲା ପୁଲିସର ସ୍ପେସାଲ ସ୍କ୍ବାଡ୍ ଆନ୍ଧ୍ରପ୍ରଦେଶରେ ଚଢଉ କରି ଗିରଫ କରିଥିବା ବେଳେ ଆଜି ଭୋରରୁ ଜଗତସିଂହପୁରରେ ପହଞ୍ଚି ଥିବା ଜଣାପଡିଛି।ସୂଚନାମୁତାବକ, ଫେସ୍‌ବୁକ୍‌ ପରିଚୟରୁ ଦଶମ ଶ୍ରେଣୀ ଝିଅକୁ ପ୍ରେମ ପରେ ବିବାହ କରିଥିଲେ ଥାନା ଏସ୍‌ଆଇ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରତେଇ ଗାଁର ଅମିତ ପାଢ଼ୀଙ୍କ ନାଁରେ ଏପରି ସଙ୍ଗୀନ ଅଭିଯୋଗ ଆସିଥିଲା। ତେବେ ବିବାହର କିଛ ମାସ ପରେ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ନିର୍ଯାତନା ନେଇ ଆସିଥିଲା ଅଭିଯୋଗ । ଜଗତସିଂହପୁର ସଦର ଥାନାରେ ନାବାଳିକା ବୋହୂକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାଡ଼ ମାରି ଘରୁ ତଡି ଦେଇଥିଲେ |ଏହାପରେ ନାବାଳିକାଙ୍କ ମା ଥାନାର ଦ୍ବାରସ୍ଥ ହୋଇଥିଲେ | ପୁଲିସ ମାମଲା ରୁଜୁ କରିବା ସହ ତଦନ୍ତ କରିଥିଲା।

ଅଧିକ ପଢନ୍ତୁ