ନାବାଳିକା ଝିଅକୁ ଦୁଷ୍କର୍ମ କରି ଗର୍ଭବତୀ କଲା ପିଶାଚ ବାପା।

ରକ୍ତ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ଦେହର ଭୋକ ମେଣ୍ଟାଇବା ପାଇଁ ଅନ୍ଧ ହୋଇଗଲା ବାପା । ବଲାଙ୍ଗିର ଜିଲ୍ଲାରେ ଏଭଳି ଲଜ୍ଜାକର ଘଟଣା ଘଟିଛି। ପୁଲିସ ଅଭିଯୁକ୍ତ ବାପାକୁ ଅଟକ ରଖିଛି।ଅଭିଯୁକ୍ତ ଛଦ୍ମ ନାମ (କୁନା) ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟ ସବୁବେଳେ ଝଗଡ଼ା ହେଉଥିଲା। ଏଥିପାଇଁ ସ୍ତ୍ରୀ ୭ବର୍ଷ ହେବ ବାପ ଘରେ ରହୁଥିଲେ। କୁନାଙ୍କ ୨ ପୁଅ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ବାପା ଓ ୧୬ ବର୍ଷୀୟ ଝିଅ ଘରେ ରହୁଥିଲେ। କୁନା ନିଜ ଝିଅକୁ ଦୁଷ୍କର୍ମ କରୁଥିଲେ। ଏହାରି ଭିତରେ ନାବାଳିକା ଝିଅଟି ୮ ମାସର ଗର୍ଭବତୀ ହୋଇଥିଲା।ଝିଅଟି ଗର୍ଭବତୀ ଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ।

ଏନେଇ ଗାଁର ଆଶା କର୍ମୀଙ୍କୁ ଜଣାଇଥିଲେ। ଆଶାକର୍ମୀ ଘଟଣା ସଂପର୍କରେ ବେଲପଡ଼ା ସିଡିପିଓଙ୍କୁ ଅବଗତ କରାଇଥିଲେ।ବେଲପଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ପୋଲିସ ଟିମ ପହଞ୍ଚି ଅଧିକ ତଦନ୍ତ କରି ଘଟଣା ସତ ବୋଲି ଜାଣିବାକୁ ପାଇଥିଲେ । ପରେ ପୀଡିତା ନାବାଳିକା ଝିଅକୁ ଉଦ୍ଧାର କରି ବଲାଙ୍ଗିର ୱାନଷ୍ଟପ ସେଣ୍ଟରକୁ ନେଇ ଯାଇଥିଲେ । ଏନେଇ ଅଭିଯୁକ୍ତ ବାପାକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ବେଲପଡା ପୋଲିସ।

ଅଧିକ ପଢନ୍ତୁ

Odisha Darpan Digital