ନାବାଳିକା ପୋଡି ଘଟଣା, ଅଧା କିରୋସିନି, ଚୁଡି ଜବତ-ଏସ୍‌ପି

ବଳଙ୍ଗା ଛାତ୍ରୀ ପୋଡି ଘଟଣାରେ ଛାତିଥରା କଥା କହିଲେ ପ୍ରତ୍ୟକ୍ଷଦର୍ଶୀ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଝିଅଟି ଜଳନ୍ତା ଅବସ୍ଥାରେ ଦୌଡି ଦୌଡି ଯାଇ ଆମ ଘରେ ପହଞ୍ଚିଥିଲା । ପୀଡିତା ଜଣଙ୍କ ହାତ ଯୋଡି କହିଲା ମୋତେ ବଞ୍ଚାଇ ଦିଅ ଓ ତଣ୍ଟି ଶୁଖିଯାଉଛି ପାଣି ଟିକେ ଦିଅ । ପୂରା ଶରୀର ପୋଡ଼ି ଯାଇଛି, ନିଆଁ ଲିଭାଇ ଡ୍ରେସ୍‌ ପିନ୍ଧାଇଲି । ମୁହଁକୁ ରୁମାଲ ପକାଇ ୩ ଦୁର୍ବୃତ୍ତ ବାଇକ୍‌ରେ ନେଇ ଆସିଥିଲେ କହିଲା । ବହି ଦେବାକୁ ଆସି ଫେରିଲା ବେଳେ ଏପରି ଘଟଣା ଘଟିଛି କହିଲା । ସେମାନେ କିଏ ପଚାରିବାରୁ ଚିହ୍ନିନି ବୋଲି ମୋତେ କହିଛି ।ତେବେ ବର୍ତ୍ତମାନ ଏମ୍‌ସରେ ଚିକିତ୍ସିତ ହେଉଛନ୍ତି ବଳଙ୍ଗା ପୀଡିତା । ୭୦ ପର୍‌ସେଣ୍ଟ ପୋଡି ଯାଇଥିବା ଡାକ୍ତର କହୁଛନ୍ତି । ପିପିଲି ବଳଙ୍ଗା ଘଟଣାରେ ୨ଟି ଅଧା କିରାସିନି ବୋତଲ ଜବତ ହୋଇଛି । ନାବାଳିକାର ପୋଡା କପଡା ମଧ୍ୟ ଫୋରେନସିକ୍‌ ଟିମ୍‌ ଜବତ କରିଛି । ଏହାସହ ଘଟଣାସ୍ଥଳରୁ ଦିଆସିଲି, ଚୁଡି, ଚପଲ, ତାବିଜ୍‌ ମଧ୍ୟ ଜବତ କରାଯାଇଛି ।ଏହାସହ ଘଟଣାସ୍ଥଳ ବାୟାବରରେ ପୁରୀ ଏସ୍‌ପି ପିନାକ ମିଶ୍ର ପହଞ୍ଚିଛନ୍ତି । ଘଟଣାସ୍ଥଳ ପରିଦର୍ଶନ ପରେ ଏସ୍‌ପି ପ୍ରତିକ୍ରିୟା ରଖି କହିଛନ୍ତି, ସ୍ପେଶାଲ୍‌ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ ଗୁରୁତର ସହ ନେଇଛୁ । କାହାରିକୁ ଅଟକ ରଖାଯାଇନାହିଁ, କେବଳ ପଚରାଉଚରା ଜାରି ରହିଛି ।

ଅଧିକ ପଢନ୍ତୁ

kc ads