ନାମ, ଧର୍ମ ପଚାରି ଗୁଳି କରିଥିଲେ ଆତଙ୍କବାଦୀ

ଜମ୍ମୁ-କାଶ୍ମୀର ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣ । ୨୭ ମୃତ। ମୃତକଙ୍କ ମଧ୍ୟରେ ଜଣେ ଓଡ଼ିଆ ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀ ଥିବା ସୂଚନା । ପ୍ରଶାନ୍ତ ବାଲେଶ୍ୱର ବାସିନ୍ଦା । ସୂଚନା ଅନୁସାରେ, ଦୁଇରୁ ତିନି ଜଣ ଆକ୍ରମଣକାରୀ ପୁଲିସ ପୋଷାକ ପିନ୍ଧିଥିଲେ ଓ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ନାମ ଓ ଧର୍ମ ପଚାରି ଗୁଳି ମାରିଥିଲେ । ଏପର୍ଯ୍ୟନ୍ତ ଆତଙ୍କବାଦୀମାନେ ସେନା ପୋଷାକ ପିନ୍ଧି ଆକ୍ରମଣ କରୁଥିଲେ, କିନ୍ତୁ ପ୍ରଥମ ଥର ପାଇଁ ସେମାନେ ପୋଲିସ ପୋଷାକରେ ଆସିଥିଲେ । ଏହି ଘଟଣା ଘାଟିକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି । ଏହା ଫଳରେ ଘାଟିର ପର୍ଯ୍ୟଟନ ଅର୍ଥନୀତି ପୁଣି ପ୍ରଭାବିତ ହେବାର ଆଶଙ୍କା ରହିଛି । ତେବେ ମୃତକଙ୍କ ମଧ୍ୟରେ ରହିଛନ୍ତି ବାଲେଶ୍ୱରର ପ୍ରଶାନ୍ତ ଶତପଥି, ଯିଏକି ନିଜ ପତ୍ନୀ ଓ ୮ ବର୍ଷର ପୁଅ ସହ ପହଲଗାମ୍ ବୁଲିବାକୁ ଯାଇଥିଲେ । ତେବେ କେଉଁଠି ଓ କିପରି ଏହି ଭୟଙ୍କର ଆକ୍ରମଣ ହେଲା, କେତେବେଳେ ଘଟିଲା, ସେସବୁର ଛାତିଥରା ଚିତ୍ର ବଖାଣିଛନ୍ତି ମୃତ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀ ଶତପଥି ।ପ୍ରିୟଦର୍ଶିନୀ ଶତପଥି କହିଛନ୍ତି, ”ଦିନ ସାଢେ ୧୨ଟା ଆକ୍ରମଣ ହୋଇଥିଲା । ମୁଁ, ମୋ ସ୍ୱାମୀ ଓ ପୁଅ ରୋପ୍‌ୱେରେ ବୁଲୁଥିଲୁ । ହଠାତ୍ ବାଣ ଫୁଟିବା ଭଳି ଢୋ ଢା ଶବ୍ଦ ହୋଇଥିଲା । ଆତଙ୍କବାଦୀମାନେ ଅତର୍କିତ ଭାବେ ଅନ୍ଧାଧୂନ୍ ଗୁଳିବର୍ଷା କରିଥିଲେ । ପ୍ରଶାନ୍ତଙ୍କ ବାମ ମୁଣ୍ଡରେ ଗୁଳି ବାଜିଥିଲା । ମୋ ଆଖି ସାମ୍ନାରେ ସବୁ ଘଟିଥିଲା ।

ଅଧିକ ପଢନ୍ତୁ

kc ads