
ନୟାଗଡ଼,(ଓଡ଼ିଶା ଦର୍ପଣ ): ଶରଣକୁଳ ନାରାୟଣ ହାଇସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଗୁରୁବାର ବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣରେ ଉଦଘାଟିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ରଶ୍ମି ରଞ୍ଜନ ମିଶ୍ର ଲଡ଼ୁବାବାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି କ୍ରୀଡା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରାରେ ଆସି ଖେଳ ପଡିଆରେ ପହଂଚିବା ପରେ ପ୍ରଧାନ ଶିକ୍ଷକ ଶ୍ରୀ ମିଶ୍ର କ୍ରୀଡା ପତାକା ଉତ୍ତୋଳନ କରିଥିଲେ l କ୍ରୀଡା ଶିକ୍ଷକ ଦାମୋଦର ସାହୁଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୧୦୦ମିଟର,୨୦୦ମିଟର, ୪୦୦ ମିଟର ଦୌଡ,ଲମ୍ବଡିଆଁ ,ଉଚ୍ଚ ଡିଆଁ,ଜାଭଲିନ ଥ୍ରୋ, ବଲ ଥ୍ରୋ ,ସର୍ଟପୁଟ,ଦୌଡ଼ିଡିଅଁ।, ବାଟି ଚାମଚ ,ମ୍ୟୁଜିକ ଚେୟାର, ଇତ୍ୟାଦି ବାଳକ ବାଳିକା ଭିନ୍ନ ଭିନ୍ନ ସର୍ବ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ତିନୋଟି ବିଭାଗରେ ୧୬ଟି ଖେଳ ପ୍ରତିଯୋଗିତା ହୋଇଥିଲା l ଶିକ୍ଷକ ପ୍ରଶାନ୍ତ କୁମାର ଦାଶ, ଜନାର୍ଦ୍ଦନ ପରିଡା, ଚନ୍ଦନ ମଲ୍ଲିକ, ସଚ୍ଚିଦାନନ୍ଦ ପାତ୍ର, ଦୀପକ କୁମାର ନାୟକ, ବିକାଶ କୁମାର ନାୟକ ଆଲୋକ ମଲିକ ବାଳକ ବିଭାଗ କ୍ରୀଡା ପରିଚାଳନା କରିଥିବା ବେଳେ ପ୍ରଜ୍ଞ୍ୟା ପାରମିତା ସାହୁ, ସସ୍ମିତା ସାହୁ, ନିରୁପମା ସାହୁ, ଶୁଭସ୍ମିତା ସାହୁ ରଶ୍ମିତା ବେହେରା, ମମତା ମିଶ୍ର, ସୃଷ୍ଟି ମହାପାତ୍ର ପ୍ରମୁଖ ବାଳିକା ବିଭାଗ ଖେଳ ପରିଚାଳନା କରିଥିଲେ l
