ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ପ୍ରସଙ୍ଗରେ ମହିଳା କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ

ଲୋୟର ପିଏମ୍‌ଜିରେ ମହିଳା କଂଗ୍ରେସର ଗର୍ଜନ , ନାରୀ ନେତ୍ରୀଙ୍କ ରଣହୁଙ୍କାର । ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଚାଲିଛି ବିଧାନସଭା ଘେରାଉ ଉଦ୍ୟମ । ପୋଲିସ ସହ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଛି । ବାରିକେଡ୍ ଭାଙ୍ଗିଲେ ମହିଳା କଂଗ୍ରେସ କର୍ମୀ । ବିଧାନସଭା ଘେରାଉ ଉଦ୍ୟମ ବେଳେ ଲୋୟର ପିଏମ୍‌ଜିରେ ଠେଲାପେଲା ହୋଇଛନ୍ତି । ନାରୀଙ୍କୁ ସୁରକ୍ଷା ଯୋଗାଇବାରେ ସରକାର ବିଫଳ ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ।

ମହିଳାଙ୍କ ଆଶାକୁ ଭାଙ୍ଗି ଚୁରମାର କରିଛନ୍ତି ମୋହନ ସରକାର , ନାରୀ ନିର୍ଯାତନା ରାଜ୍ୟରେ ଭୟଙ୍କର ବୃଦ୍ଧିକୁ ସରକାର ରୋକିବାରେ ଅସମର୍ଥ ହେବା ପ୍ରତିବାଦରେ ମହିଳା କଂଗ୍ରେସର ବିଧାନସଭା ଘେରାଓ ଉଦ୍ୟମ କରୁଛି ।

ଅଧିକ ପଢନ୍ତୁ

Odisha Darpan Digital