ନିଃଶୁଳ୍କ ଆଇନ ସେବା ପାଇଁ ଭ୍ରାମ୍ୟମାଣ ରଥ ପରିକ୍ରମା

ନୟାଗଡ଼,(ଓଡ଼ିଶା ଦର୍ପଣ) :  ରାଜ୍ୟ ଆଇନ୍‌ସେବା ପ୍ରାଧିକରଣ,କଟକଙ୍କ ତରଫରୁ ନିଃଶୁକ୍ଳ ଆଇନ୍‌ସେବା ଏବଂଲୋକ ଅଦାଲତ ପାଇଁ ଭ୍ରାମ୍ୟମାଣ ରଥକୁ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ସ୍ଵାଗତ
କରିବା ସହିତ ଜିଲ୍ଲାର କୋଣ ଅନୁକୋଣରେ ଏହି ରଥ ପହଂଚି ନିଃଶୁକ୍ଳ ଆଇନ୍‌ସେବା ଏବଂ ଲୋକ ଅଦାଲତ ସମ୍ବନ୍ଧରେ ଜନସାଧାରଣଙ୍କ ନିକଟରେ ବାର୍ତ୍ତା ପହଚାଇବାକୁ ଏହାର ଶୁଭାରମ୍ଭ କରିଥିଲେ । ସକାଳ ୯ ଘଣ୍ଟା ସମୟରେ ଭ୍ରାମ୍ୟମାଣ ରଥ କୋର୍ଟ ପରିସରରେ ପହଞ୍ଚିବା ପରେ ଅଧିକାର ମିତ୍ର ପ୍ରାଧିକରଣ କର୍ମଚାରୀ, ପ୍ରାଧିକରଣ ସଦସ୍ୟା, ପ୍ରାଧ‌ିକରଣ ତରଫରୁ ନିଯୁକ୍ତ ଓକିଲଙ୍କୁ ନେଇ ନିଃଶୁକ୍ଳ ଆଇନ୍‌ସେବା ଏବଂ
ଲୋକ ଅଦାଲତର ପ୍ରଚାର ପ୍ରସାର ପାଇଁ ବାହାରିଥିଲେ । ସଚିବ ଶ୍ରୀମତୀ ମଚ୍ଛଖଣ୍ଡ ମଧ୍ଯ ନିଜେ ନୟାଗଡ଼ ସହରରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ ।

ଏହି ଭ୍ରାମ୍ୟମାଣ ରଥ ପ୍ରଥମ ଦିବସରେ ନୟାଗଡ଼, ନୂଆଗାଁ, ଦଶପଲ୍ଲା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତ, ଗ୍ରାମାଞ୍ଚଳର ଅବହେଳିତ ଗ୍ରାମରେ ଡାକବାଜି ଯନ୍ତ୍ର ଓ ପ୍ରଚାରପତ୍ର ମାଧ୍ୟମରେ ନିଃଶୁକ୍ଳ ଆଇନ୍‌ସେବା କ’ଣ ଏବଂ ଲୋକ ଅଦାଲତ କ’ଣ ଏହାର ସୁଯୋଗ ନେବାକୁ
ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଦ୍ଵିତୀୟ ଦିବସରେ ଗଣିଆ, ଖଣ୍ଡପଡ଼ା, ଭାପୁର ଠିକ୍ ସେହିପରି ତୃତୀୟ ଦିବସରେ ରଣପୁର, ଓଡ଼ଗାଁ ବ୍ଲକ୍‌ର ଗ୍ରାମାଞ୍ଚଳରେ ପ୍ରଚାର କରିଥିଲେ । ୧୫୧୦୦ ନମ୍ବରକୁ ଫୋନ୍ କରି ନିଃଶୁକ୍ଳ ଆଇନ୍‌ସେବା ପାଇବା ପାଇଁ ଅଧିକାରମିତ୍ରମାନେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ନିଃଶୁକ୍ଳ ଆଇନ୍‌ସେବା ପାଇବା ପାଇଁ ଭ୍ରାମ୍ୟମାଣ ରଥ ୩ଦିନ ଧରି ଜନସାଧାରଣଙ୍କ ନିକଟତର ହେବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଅଧ‌ିବକ୍ତା ରମେଶଚନ୍ଦ୍ର ମହାରଣା, କାମାକ୍ଷା ପ୍ରସାଦ ଦାଶ, ସ୍ଵେଚ୍ଛାସେବୀ ଅମନ୍ ମିଶ୍ର,ପ୍ରାଧିକରଣ ସଦସ୍ୟା କ୍ଷଣପ୍ରଭା କର, ଅଧୁକାର ମିତ୍ର ପ୍ରଫୁଲ୍ଲ କୁମାର ବେହେରା, ଲିପ୍‌ସା ଦାସ, ସନ୍ଧ୍ୟାରାଣୀ ବେହେରା, ମମତା ବେହେରା, ରାଜେଶ କୁମାର ମିଶ୍ର, ପୂଜା ନାୟକ, ପ୍ରଣତୀ ପରିଡା, ଅନୁପମା ରାଉତ, ସୁବାସିନୀ ମହାପାତ୍ର, ଏସ୍. ଇପ୍‌ସିତା ଦେବଦର୍ଶନୀ, କୃପାସିନ୍ଧୁ, ବାସୁଦେବ, ସୂର୍ଯ୍ୟ, ବିଷ୍ଣୁଚରଣ ପଟ୍ଟନାୟକ ଏବଂ ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ, ଗଦାଧର ବିଶ୍ୱାଳ, ରାଜେଶ କୁମାର ବାରିକ ପ୍ରମୁଖ ସାମିଲ ହୋଇଥିଲେ ।

ଅଧିକ ପଢନ୍ତୁ

kc ads