ନିଆଁ ଲାଗି ଜଳିଗଲେ ନାବାଳିକା, ପୋଡ଼ି ଯାଇଛି ଦେହର ୮୦ ପ୍ରତିଶତ !

ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ ।ଏଭଳି ଏକ ଅଭାବନୀୟ ଘଟିଣା ଘଟିଛି ରାଉରକେଲାର ଲାଞ୍ଜିବର୍ଣ୍ଣାରେ । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି । ୮ ୦ ପ୍ରତିଶତ ପୋଡିଯାଇଥିବା ସୂଚନା । ଘଟଣାସ୍ଥଳରେ ପହଂଚିଛନ୍ତି ସୁନ୍ଦରଗଡ଼ ଏସପି ।ଖବର ଅନୁଯାୟୀ, ଶୁକ୍ରବାର ରାତିରେ ନାବାଳିକା ଜଣଙ୍କ ଖାଇ ସାରି ଶୋଇଥିଲେ । ଏହି ସମୟରେ ହଠାତ୍ ଚିତ୍କାର ଶୁଣିଥିଲେ ପରିବାର ଲୋକେ । ଯାହାପରେ ପରିବାର ଲୋକେ ତୁରନ୍ତ ଦୌଡି ଯାଇ ଦେଖନ୍ତି ତ ନାବାଳିକାଙ୍କ ଦେହରେ ନିଆଁ ଲାଗିଛି । ଏହାପରେ ତୁରନ୍ତ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ପରିବାର ଲୋକ । ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା । ନାବାଳିକାଙ୍କ ଦେହର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିବା ସୂଚନା ।

ଗତ ଜୁଲାଇ ମାସରେ ରାଜ୍ୟରେ ଦୁଇଜଣ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ବାଲେଶ୍ବର ଫକୀର ମୋହନ କଲେଜରେ ଜଣେ ଛାତ୍ରୀ ଅଧ୍ୟାପକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଆତ୍ମହତ୍ୟା କରିଥିଲେ । ସେହିପରି ପୁରୀ ଜିଲ୍ଲା ବଳଙ୍ଗାରେ ନାବାଳିକା ପୋଡି ହୋଇ ମୃତ୍ୟୁ ହୋଇଥିଲା ।

ଅଧିକ ପଢନ୍ତୁ