ବଙ୍ଗୀୟ ପରମ୍ପରାରେ ପୂଜା ପାଉଛନ୍ତି ମାଆ ଦୁର୍ଗା। ମହିଳାମାନେ ମୁଣ୍ଡରେ ଧରିଛନ୍ତି ମାନସିକର ଝୁଣା। ଭଦ୍ରକ ସନ୍ତିଆ ନୀଳକଣ୍ଠପୁର ସାହିରେ ବଙ୍ଗୀୟ ପରମ୍ପରାରେ ମା’ଙ୍କ ପୂଜା କରାଯାଉଛି । ଏଠାରେ ମଧ୍ୟ କାହିଁ କେଉଁ ଦିନରୁ ମା’ ଦୁର୍ଗାଙ୍କର ଆବାହନ କରାଯାଏ । କିନ୍ତୁ ଏଠାରେ ମା’ଙ୍କୁ ବୈଷ୍ଣବ ପଦ୍ଧତିରେ ଆବାହନ ହେଉଥିବା ବେଳେ କିଏ କିଏ ଦୁର୍ଗା ମାଧବ ଭାବେ ପୂଜନ୍ତି । ଅଷ୍ଟମୀ ଦିନ ବହୁ ଦୂର ଦୁରାନ୍ତରୁ ଭକ୍ତଙ୍କ ଭିଡ଼ ଜମେ । କାରଣ ଏଠାରେ ମା’ ଦୁର୍ଗା ମାନସିକ ପୂରଣ କରନ୍ତି । ଆଉ ମାନସିକ ପୂରଣ ହେଲେ ମୁଣ୍ଡ ଉପରେ ଝୁଣା ଦାନୀରେ ଝୁଣା ଲଗାଇ ମା’ଙ୍କ ସମ୍ମୁଖରେ ଝୁଣା ଧୂଆଁ ଅର୍ପଣ କରନ୍ତି । ବିଶ୍ୱାସ ରହିଛି ଝୁଣା ନିଆଁ ଦେଇ ମା’ଙ୍କୁ ପୂଜା କଲେ ମନସ୍କାମନା ପୂରଣ ହେବା ସହ ପରିବାରର ମଙ୍ଗଳ ହୋଇଥଏ।ଏଠାରେ ମା’ ଦୁର୍ଗାଙ୍କ ନିକଟରେ ବଳି ପ୍ରଥା ନାହିଁ । କୌଣସି ପ୍ରକାରର ବଳି ଦିଆଯାଏ ନାହିଁ । କେବଳ ୧୦୮ ଦୀପ ଅର୍ପଣ କରାଯାଏ । ଏହି ବିଶ୍ୱାସ ପାଇଁ ଏହି ପୀଠରେ ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ଅନେକ ମାନସିକ କରିବା ପାଇଁ ଆସୁଥିବା ବେଳେ ଅନେକ ଆସନ୍ତି ଝୁଣା ଦାନ ଦେଖିବା ପାଇଁ । ନବମୀ ତିଥିରେ ଦୀପ ଦାନ ହେଉଥିବା ବେଳେ ଦଶହରା ଦିନ ରାତିରେ ମା’ ବିଦାୟ ନିଅନ୍ତି ।