ନିଜ ଗାଁରେ ପରିବାର ଓ ଗ୍ରାମବାସୀଙ୍କ ସହିତ ଦୀପାବଳି ପାଳନ କରିବେ ମୁଖ୍ୟମନ୍ତ୍ରୀ

ଜନ୍ମମାଟି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜାଠାରୁ ତିନି ଦିନ ଧରି ଅର୍ଥାତ ବୁଧବାର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେନ୍ଦୁଝରରେ ରହିବେ । ଅପରାହ୍ନ ରାଇକଳା ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରି ସେଠାରୁ ସଡ଼କ ପଥରେ ନିଜ ଗାଁ ରାଇକଳା ଗସ୍ତ କରିଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଗସ୍ତ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କେନ୍ଦୁଝରରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି ।ଦୀପାବଳୀ ଅବସରରେ ନିଜ ଗାଁ ରାଇକଳାକୁ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗାଁରେ ନିଜ ପରିବାର ସହ ଦୀପାବଳି ପାଳନ କରିବେ ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀଙ୍କର ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଘର ସମ୍ମୁଖରେ ଝୋଟି, ମୁରୁଜ ପକାଇ ଅପେକ୍ଷା କରିଥିଲେ ଗ୍ରାମବାସୀ ଓ ପରିବାର । ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯିବା ପରେ ଗୋଠପୂଜା ସହ, ପରିବାର ଓ ଗ୍ରାମବାସୀଙ୍କ ସହିତ ଦୀପାବଳି ପାଳନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ଗାଁରେ ଏକ ପ୍ରକାରର ଆନନ୍ଦର ଲହରୀ ଖେଳି ଯାଇଛି। ଆସନ୍ତାକାଲି ମଧ୍ୟ ମୁଖ୍ୟମନ୍ତ୍ରୀ ନିଜ ଗାଁରେ ରହି ପାରମ୍ପରିକ ରୀତନୀତି ଅନୁସାରେ ପୂଜା କରିବେ ।

ଅଧିକ ପଢନ୍ତୁ

Odisha Darpan Digital