ରାଜଧାନୀରେ ଅଭାବନୀୟ ଘଟଣା। ପେଟ୍ରୋଲ ଢ଼ାଳି ଜଳିଗଲେ ଯୁବକ। ପାଣ୍ଡରା ୧୮ ନମ୍ବର୍ ୱାର୍ଡ ଅଫିସ ପଛପଟେ ପେଟ୍ରୋଲ ଢ଼ାଳି ଜଳିଗଲେ ଯୁବକ। ମଞ୍ଚେଶ୍ୱର ଥାନା ପାଣ୍ଡରା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ଖବର ପାଇ ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନିଜ ଘର ଛାତରେ ଆଇନଜୀବୀ ଜଣକ ଜଳି ଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ତେବେ ଆଇନଜୀବୀ ଜଣକ କାହିଁକି ଆତ୍ମାହୁତି ଦେଲେ ସେ ସମ୍ପର୍କରେ କାରଣ କିଛି ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି।ସୂଚନା ଥାଉକି, ଦୀପକ ନିଜ ପତ୍ନୀ ୨ ସନ୍ତାନ ଓ ମା’ଙ୍କ ସହ ରହୁଥିଲେ। ଗୁରୁବାର ରାତି ପାଖାପାଖି ୧୦ଟା ସମୟରେ ପତ୍ନୀ ଖାଇବା ପାଇଁ କହିବାରୁ ଗରମ ହେଉଥିବାରୁ ଛାତ ଉପରୁ ବୁଲାବୁଲି କରି ପରେ ଖାଇବେ ବୋଲି କହିଥିଲେ । ଗୁରୁବାର ହଠାତ୍ ଛାତ ଉପରକୁ ଗରମ ଲାଗୁଥିବା କହି ଯାଇଥିଲେ । ହେଲେ ତା’ ପରେ ଆଉ ଫେରିନଥିଲେ । ସିଡି କବାଟ ବନ୍ଦ କରି ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ ।
