ଜୟପୁର ଇରିଗେସନ କଲୋନିସ୍ଥିତ ଏକ ବସ୍ତିରେ ଜଣେ ମାନସିକ ବିକାରଗ୍ରସ୍ତ ମାଆ ନିଜ ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଝିଅର ଜୀବନ ବଞ୍ଚିଛି । ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିଛି । ତେବେ ବଳି ଉଦ୍ୟମ ପଛରେ କାରଣ ଅଷ୍ପଷ୍ଟ ରହିଛି ।ବିଧବା ଅମ୍ବିକା ଖୋସଲା ଦୁଇ ପୁଅ ଏବଂ ଦୁଇ ଝିଅଙ୍କ ସହ ସ୍ଥାନୀୟ ଜଳସେଚନ କଲୋନିରେ ରହୁଛନ୍ତି। ତେବେ କିଛି ଦିନ ହେଲା ଅମ୍ବିକାଙ୍କ ଆଚରଣ ବଦଳି ଯାଇଥିଲା। ମାନସିକ ଭାରସାମ୍ୟ ହରାଇ ରାସ୍ତାରେ ଯାଆସ କରୁଥିବା ଲୋକଙ୍କୁ ଗାଳିଗୁଲଜ କରୁଥିଲେ। ନିଜ ଘରେ ତନ୍ତ୍ର ସାଧନା କରୁଥିଲେ ବୋଲି ସାହିବାସିନ୍ଦା କହିଛନ୍ତି। ତେବେ ରବିବାର ତାଙ୍କର ବଡ ଝିଅ ଘର ଭିତରୁ ଜୋରରେ ଚିତ୍କାର କରୁଥିବା ସ୍ଥାନୀୟ ଲୋକ ଶୁଣିଥିଲେ । ଏହାପରେ ସମସ୍ତେ ଯାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିଥିଲେ ଯେ ସେଠାରେ ଝିଅ ଅଚେତ ଥିବା ସହ ତାଙ୍କ ଗୋଡହାତ ମଧ୍ୟ ମୋଡି ହୋଇ ରହିଥିବା ଦେଖିଥିଲେ। ପରେ ସ୍ଥାନୀୟ ଲୋକେ ପୋଲିସକୁ ଫୋନ କରି ଝିଅକୁ ହସ୍ତାନ୍ତର କରିଥିଲେ।
ତେବେ ତନ୍ତ୍ରମନ୍ତ୍ର କରୁଥିବା ମହିଳା ଜଣକ ଅନ୍ୟ କାହାର ପିଲାମାନଙ୍କୁ ନେଇ ବଳି ଦେଇଦେଇ ପାରେ ବୋଲି ଏହିପରି ମହିଳାଙ୍କୁ ସେଠାରେ ରଖିବା ଠିକ ନୁହେଁ। ଏହି ଅଞ୍ଚଳରୁ ତାକୁ ବିଦା କରିବା ଉଚିତ ବୋଲି ସାହି ବାସିନ୍ଦା ଦାବି କରିଛନ୍ତି।
