ନିଜ ବାପା ଆଗରେ ହଠାତ୍‌ ବ୍ରାହ୍ମଣୀ ନଦୀକୁ ଡେଇଁପଡିଲେ ଯୁବକ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାଜିରାଉତ ସେତୁରୁ ବ୍ରାହ୍ମଣୀ ନଦୀରୁ ଡେଇଁ ଯୁବକ ଜଣକ ନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକଙ୍କୁ ଠାବ ପାଇଁ ଚାଲିଛି ଉଦ୍ଧାର କାର୍ଯ୍ୟ । ନିଖୋଜ ଯୁବକ ଜଣଙ୍କ ହେଲେ ପର୍ଶୁରାମ କମାର(୨୫)|ପର୍ଶୁରାମ ମାମୁ ଘରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ବାପାଙ୍କ ସହ ମାମୁ ଘରୁ ନିଜ ଘରକୁ ଆସୁଥିଲେ। ବାଜିରାଉତ ସେତୁ ଉପରେ ପର୍ଶୁରାମ ହଠାତ୍ ସାଇକେଲରୁ ଓହ୍ଲାଇ ନଦୀକୁ ଡେଇଁ ପଡ଼ିଥିଲେ।ସେପଟେ ନଦୀକୁ ଡେଇଁପଡିଥିବା ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ତେବେ ବିଳମ୍ବିତ ରାତି ହେବା ଯୋଗୁଁ ଉଦ୍ଧାର କାର୍ଯ୍ୟକୁ ବନ୍ଦ କରାଯାଇଥିଲା । ଶେଷରେ ଗୁରୁବାର ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।ନିଖୋଜ ଯୁବକଙ୍କ ବାପା କହିଛନ୍ତି, ଆମେ ବାପ ପୁଅ ସାଇକେଲରେ ଘରକୁ ଆସୁଥିଲୁ। ଆସିଲା ବେଳେ ପୋଲ ଉପରେ ସାଇକେଲ ରଖି ସେ ନଦୀକୁ ଡେଇଁ ପଡ଼ିଥିଲା। କ’ଣ ପାଇଁ ଏମିତି କଲା ଆମେ ଜାଣିନାହୁଁ।

ଅଧିକ ପଢନ୍ତୁ

Odisha Darpan Digital