ବହୁ ଚର୍ଚ୍ଚିତ ନିଟ୍ ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ଭୁବନେଶ଼୍ବର ଲିଙ୍କ୍ ସାମ୍ନାକୁ ଆସିଛି । ଏହି ମାମଲାରେ ଭୁବନେଶ଼୍ବରରୁ ଜଣଙ୍କୁ ଗିରିଫ କରିଛି ସବିଆଇ । ଗିରଫ ପରେ ଅଭିଯୁକ୍ତ ସୁଶାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ବି ନେଇଛି ସିବିଆଇ ।
ଖବର ଅନୁଯାୟୀ, ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ସିବିଆଇ ଛାନ୍ଭିନ୍ ଜାରି ରଖିଛି । ଏହିକ୍ରମରେ ଶନିବାର ଦିନ ଭୁବନେଶ୍ୱରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସିବିଆଇ । ଗିରଫ ବ୍ୟକ୍ତି ଓଡିଶାର ସୁଶାନ୍ତ କୁମାର ରାଉତ ବୋଲି ଜଣାପଡିଛି । ସୁଶାନ୍ତର ପ୍ରଶ୍ନପତ୍ର ବିତରଣରେ ସଂପୃକ୍ତି ଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ନିଟ୍ ମାମଲାରେ ବିହାର, ମହାରାଷ୍ଟ୍ର ସମେତ ବିଭିନ୍ନ ରାଜ୍ୟରୁ ଅଭିଯୁକ୍ତମାନଙ୍କୁ ଗିରିଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ସୁଶାନ୍ତ କୁମାର ରାଉତ ଗିରଫ ପରେ କୋର୍ଟରେ ହାଜର କରାଯାଇଥିଲା, ଆଉ ୧୦ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ ବି କରିଥିଲା ସିବିଆଇ । ହେଲେ ମାନ୍ୟବର କୋର୍ଟ ସୁଶାନ୍ତକୁ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇକୁ ଅନୁମତି ଦେଇଛନ୍ତି ।