ନିମନ୍ତ୍ରଣ କରିଥିଲେ ମୋହନ, ଆସିଲେନି ନବୀନ

ମାର୍ଚ୍ଚ ୫ ଅର୍ଥାତ୍‌ ଆଜି(ବୁଧବାର) ପ୍ରବାଦପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ। ଏହି ଅବସରରେ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ପଟ୍ଟନାୟକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ।ଆଉ ବିଜୁ ଜୟନ୍ତୀ ପାଳନ କରିବା ପାଇଁ ଜୟଦେବ ଭବନ ଆସିବେ ବୋଲି । ହେଲେ ଏବେ ସେସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଯାହା ଅନୁମାନ କରାଯାଉଥିଲା ତାହା ସତ ହୋଇଛି। ବିଜୁ ଜୟନ୍ତୀ ସରକାରୀ ଉତ୍ସବକୁ ଆସିଲେନି ନବୀନ ପଟ୍ଟନାୟକ। ବହୁ ଅପେକ୍ଷା ପରେ ଶେଷରେ ବିରୋଧୀ ଦଳ ନେତାଙ୍କ ପାଇଁ ଯେଉଁ ଚୌକି ପଡ଼ିଥିଲା ତାହାକୁ କାଢ଼ି ଦିଆଗଲା।ନବୀନ ଆଜି ସରକାର ଆୟୋଜନ କରିଥିବା ବିଜୁବାବୁଙ୍କ ଜନ୍ମ ଉତ୍ସବରେ ଯୋଗ ଦେଇନାହାନ୍ତି।

ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ବିଜେଡି ନେତା ପ୍ରଫୁଲ୍ଲ ଘଡ଼େଇ ଯୋଗ ଦେଇଥିଲେ। ତେବେ ନବୀନ ବସିବା ପାଇଁ ରଖାଯାଇଥିବା ଚୌକିକୁ କାଢ଼ି ନିଆଯାଇଛି।ସୂଚନାନୁସାରେ, ଆଜି ହେଉଛି ମାର୍ଚ୍ଚ ୫। ଯାହାକି ବିଜୁ ପଟ୍ଟନାୟକଙ୍କ ଭଳି ଜନ ନେତାଙ୍କ ଜନ୍ମଦିନ। ଏହି ଦିନକୁ ପ୍ରାୟ ୩ ଦଶନ୍ଧି ଧରି ପଞ୍ଚାୟତରାଜ ଦିବସ ଭାବେ ପାଳନ କରାଯାଉଛି। କିନ୍ତୁ ଏହି ବର୍ଷ ପ୍ରଥମ କରି ସରକାରକୁ ଆସିବା ପରେ ବିଜେପି ଏହି ଦିନକୁ ପାଳନ କରୁଛି।ତେଣୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା, ଅବା ବିଜୁ ପଟ୍ଟନାୟକଙ୍କ ପୁଅ ଭାବରେ ନବୀନ ପଟ୍ଟନାୟକଙ୍କୁ ଗତକାଲି ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ତେଣୁ ସମ୍ମାନର ସହ ତାଙ୍କ ପାଇଁ ଏକ ଆସନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ହେଲେ ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବକୁ ଆସିଲେନି ନବୀନ।

ଅଧିକ ପଢନ୍ତୁ