ନିମାପଡ଼ାରୁ ନକଲି ମାଟ୍ରିକ ପରୀକ୍ଷାର୍ଥୀ ଗିରଫ ।

ନିମାପଡ଼ା ବ୍ଲକ୍ ନହନ୍ତରା ହାଇ ସ୍କୁଲରେ ପରୀକ୍ଷା ଦେଉଥିବା ସମୟରେ ଧରାପଡିଛି ନକଲି ପରୀକ୍ଷାର୍ଥୀ । ପରୀକ୍ଷା ଦେଉଥିବା ସମୟରେ ସୁପରିଟେଣ୍ଡଙ୍କ ଦ୍ଵାରା ଧରାପଡ଼ିଥିଲା ଛାତ୍ର ଜଣକ । ଏହାପରେ ନକଲି ପରୀକ୍ଷାର୍ଥୀଙ୍କୁ ଗିରଫ କରିଛି ନିମାପଡ଼ା ପୋଲିସ । ପରୀକ୍ଷାର୍ଥୀ ଜଣଙ୍କ ହେଉଛନ୍ତି ସାକ୍ଷୀଗୋପାଳ ଡାଙ୍ଗୁରାର ରାଜା ଭୋଇ । ନିମାପଡା ବ୍ଲକ୍ ସଲଙ୍ଗ ପଂଚାୟତରେ ଥିବା ମଧୁବନ ଶିକ୍ଷାଶ୍ରମ ହାଇସ୍କୁଲ ଶେଖ୍ ମୁସିଲିମ୍ ଉଦିନଙ୍କ ନାଁରେ ରାଜା ପରୀକ୍ଷା ଦେଉଥିଲେ । ତେବେ ପରୀକ୍ଷା ସମୟରେ ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନକରିବାରୁ ସନ୍ଦେହ ହୋଇଥିଲା । ଏହାପରେ ତାଙ୍କୁ ଥାନାରେ ଜିମା ଦିଆଯାଇଥିବା ବେଳେ ପୋଲିସ୍ ରାଜାଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଥିବା ଜଣାପଡ଼ୁଛି ।

ଅଧିକ ପଢନ୍ତୁ