ପୁରୀ ଜିଲାର ପିପିଲି, ଡେଲାଙ୍ଗ, ସତ୍ୟବାଦୀ, କଣାସ, ବଳଙ୍ଗା, ପୁରୀସଦର ଓ ନିମାପଡା ଅଞ୍ଚଳରେ ବାର୍ଡ଼ଫ୍ଲୁ ସ୍ଥିତି ସାଂଘାତିକ ହେବାରେ ଲାଗିଛି। ଏଥିରେ ଲକ୍ଷାଧିକ ସଂଖ୍ୟାରେ ବ୍ରଏଲର କୁକୁଡା ମରିଥିବାବେଳେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡିଛି। ତେବେ ନିମାପଡ଼ା ଓ ଡେଲାଙ୍ଗରେ ଚାଲିଛି କୁକୁଡାମରା ଅଭିଯାନ। ଆଜି ମଧ୍ୟ ଏହି ଦୁଇ ଅଞ୍ଚଳର ଫାର୍ମରୁ କୁକୁଡା ମରାଯିବ।
ବର୍ତ୍ତମାନ ସୁଦ୍ଧା ୭ ହଜାରରୁ ଅଧିକ କୁକୁଡା ମରାଯାଇ ସାରିଲାଣି। ଡେଲାଙ୍ଗରୁ ୧୦ ହଜାରରୁ ଊଦ୍ଧ୍ୱର୍ ଏବଂ ନିମାପଡାରୁ ୨୫ ହଜାର କୁକୁଡ଼ା ମାରିବ ରାପିଡ୍ ରେସପନ୍ସ ଟିମ୍।
ଏଥିପାଇଁ ସବୁ ରାପିଡ୍ ରେସ୍ପନ୍ସ ଟିମର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। କୁକୁଡା ମରା ଅଭିଯାନ ଶେଷ ହେବା ପରେ ବିଶୋଧନ ପାଇଁ ବ୍ଲିଚିଂ କରାଯିବ।ପ୍ରାଣୀ ସମ୍ପଦ ବିଭାଗର ଦାୟିତ୍ୱହୀନତା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ପୋଲଟ୍ରି ଫାର୍ମର୍ସ ଡେଭଲପମେଣ୍ଟ ଫୋରମ, ଓଡିଶାର ରାଜ୍ୟ ସଂପାଦକ ପ୍ରଦ୍ୟୁମ୍ନ ପରିଡା ଅଭିଯୋଗ କରିଛନ୍ତି।