ନିମ୍ନମାନର ଛତୁଆ ଯୋଗାଣ କରୁଛି ଏସଏଚଜି ଗ୍ରୁପ, ୧୨୫ ଗ୍ରୁପଙ୍କୁ ହୋଇଛି ନୋଟିସ

ବିଧାନସଭାରେ ନିମ୍ନମାନର ଛତୁଆ ପ୍ରସଙ୍ଗ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ବିଧାୟକ କଳିକେଶ ନାରାୟଣ ସିଂ ଦେଓ ପ୍ରଶ୍ନ କରିଛନ୍ତି। ଆଉ ଏହାର ଉତ୍ତରରେ ପ୍ରଭାତୀ ପରିଡ଼ା କହିଛନ୍ତି, ନିମ୍ନମାନର ଛତୁଆ ଏସଏଚଜି ଗ୍ରୁପ ଯୋଗାଣ କରୁଛନ୍ତି।୧୨୫ଟି ଏସଏଚଜି ଗ୍ରୁପ ବିରୋଧରେ ଏଭଳି ଅଭିଯୋଗ ଆସିଛି ।ଏନେଇ ୬୩ ଏସଡିପିଓଙ୍କ ସମେତ ସୁପରଭାଇଜରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ମହିଳା ଶିଶୁ ବିକାଶ ବିଭାଗ । ଷ୍ଟେଟ ଫୁଡ୍ ଟେଷ୍ଟିଂ ଲାବରୋଟେରୀ ଭୁବନେଶ୍ଵରରେ ନମୁନା ପରୀକ୍ଷା ହୋଇଥିଲା ।

ଅଧିକ ପଢନ୍ତୁ