ନିରାମିଷ ପିଲାଙ୍କ ପାଇଁ ଖୁସି ଖବର । ଅଣ୍ଡା ନଖାଇଲେ ମିଳିବ ଫଳ

ରାଜ୍ୟରେ ସରକାରୀ ସ୍କୁଲଗୁଡ଼ିକରେ ପିଲାମାନଙ୍କ ପାଇଁ ଅଣ୍ଡା ଯୋଗାଇ ଦେଉଛନ୍ତି ସରକାର। ହେଲେ ଅନେକ ପିଲା ଅଣ୍ଡା ଖାଉ ନ ଥିବା ନଜର ଆସୁଛି। ତେଣୁ ସରକାର ସେମାନଙ୍କୁ ଅଣ୍ଡା ବଦଳରେ ଫଳ ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି।ସପ୍ତାହକୁ ୩ ଥର ସୋମବାର,ବୁଧବାର,ଶୁକ୍ରବାର ଏହି ୩ ଦିନ ପିଲାଙ୍କୁ ଫଳ ଦିଆଯିବ ।

ରାଜ୍ୟରେ କୁପୋଷଣ ଦୂରେଇବା ସହ ପିଲାଙ୍କୁ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ଆରମ୍ଭ ହୋଇଥିବା ମଧ୍ୟାହ୍ନ ଭୋଜନରେ ରହିଛି ବିଭିନ୍ନ ଖାଦ୍ୟ ସାରଣୀ। ଏହା ମଧ୍ୟରେ ଅଣ୍ଡା ଦିଆଯିବାର ମଧ୍ୟ ବ୍ୟବସ୍ଥା ରହିଛି । କିନ୍ତୁ କିଛି ପିଲା ଆମିଷ ଖାଉନଥିବାରୁ ସେମାନଙ୍କ ପାଇଁ ନୂଆ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏ ନେଇ ପିଏମ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ଜିଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ ଚିଠି ଲେଖି ନିର୍ଦେଶ ଜାରି କରିଛନ୍ତି।

ଅଧିକ ପଢନ୍ତୁ

kc ads