ନିର୍ଦ୍ଦେଶର ଘଣ୍ଟାକ ପରେ ପ୍ରତ୍ୟାହାର କରିନେଲା ରେଭେନ୍ସା

ସନ୍ଧ୍ୟା ସାଢେ ୫ଟା ପରେ ଅଧ୍ୟାପିକା, ମହିଳା କର୍ମଚାରୀ ଓ ଛାତ୍ରୀଙ୍କୁ କ୍ୟାମ୍ପସ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ରେଭେନ୍ସା ବିଶ୍ବବିଦ୍ୟାଳୟ । ହେଲେ ନିର୍ଦ୍ଦେଶର ଘଣ୍ଟାକ ମଧ୍ୟରେ ନିଷ୍ପତ୍ତି ପ୍ରତ୍ୟାହୃତ କରିନେଇଛି। ଖୁବଶୀଘ୍ର ଏ ନେଇ ନୂଆ ବିଜ୍ଞପ୍ତି ଆସିବ ବୋଲି ରେଭେନ୍ସା ବିଶ୍ୱବିଦ୍ୟାଳୟ ଜନ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । ବିଜ୍ଞପ୍ତି ପ୍ରତ୍ୟାହୃତର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ଅଧିକ ପଢନ୍ତୁ

kc ads