ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି, ଦିଲ୍ଲୀରେ ଏକଜିଟ୍ ପୋଲ୍ ଏକଜାଟ୍ ପୋଲରେ ପରିଣତ ହୋଇଛି । ନୂଆଦିଲ୍ଲୀ ଆସନରୁ ହାରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ, ଆଉ ଜିତିଛନ୍ତି ବିଜେପି ପ୍ରାର୍ଥୀ ପରଭେଶ ବର୍ମା । ଚଳିତ ବିଧାନସଭା ନିର୍ବାଚନରେ ଗେରୁଆ ଦଳକୁ ସ୍ପଷ୍ଟ ବହୁମତ ମିଳିବା ନିଶ୍ଚିତ ହୋଇଛି। ତେବେ ଦିଲ୍ଲୀ ନିର୍ବାଚନ ଫଳାଫଳ ଆସିବା ପରେ ଦିଲ୍ଲୀ ସଚିବାଳୟରେ ଦୌଡଧାପଡ଼ ସ୍ଥିତି ଦେଖାଦେଇଛି ।
ଆମ୍ ଆଦମୀ ପାର୍ଟିର ନେତା ସଚିବାଳୟରେ ନଜର ଆସିଛନ୍ତି । ସଚିବାଳୟରୁ ଗୁରୁତ୍ବପୂର୍ଣ୍ଣ ଫାଇଲ ଗାଏବ ହୋଇପାରେ । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସଚିବାଳୟର ଜେନେରାଲ ଆଡମିନିଷ୍ଟ୍ରେଟିଭ ବ୍ରାଞ୍ଚର ଜଏଣ୍ଟ ସେକ୍ରେଟାରୀ ପ୍ରଦୀପ ତାୟର ତରଫରୁ ଏକ ଆଦେଶ ଜାରି କରାଯାଇଛି । ଏହି ନୋଟିଫିକେସନ କୁହାଯାଇଛି କି, ସଚିବାଳୟରୁ କୌଣସି ଫାଇଲ ବିନା ଅନୁମତିରେ ବାହାରକୁ ଯିବ ନାହିଁ । ନୂଆଦିଲ୍ଲୀ ଆସନରୁ ବିଜେପିର ବିଜୟ ପରେ ରାଜନୈତିକ ମାହୋଲରେ ବଡ଼ ହଲଚଲ ଦେଖାଦେଇଛି ।